ଭଞ୍ଜନଗର,୦୩/୦୨(ପିପିଟି); ଭଞ୍ଜନଗର ସ୍ଥିତ ବେଲଗୁଣ୍ଠା ରୋଡରେ ଥିବା ଶିବାଶକ୍ତି ଟ୍ରେଡ଼ର୍ସ ଓ କାର୍ଜି ସୋଲାର ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥି ଉପସ୍ଥିତ ଥିଲେ। ଓଡିଶା ରକ୍ତଭଣ୍ଡାର ର ସମସ୍ତ କର୍ମଚାରୀଙ୍କ ସହଯୋଗରେ ମୋଟ ୪୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଅନୁଷ୍ଠାନର ମୁଖ୍ୟ କୁନା ନାୟକ ଓ ଅନ୍ୟ ମାନେ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)