ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,୨୩ ୟୁନିଟ ରକ୍ତ ସଂଗ୍ରହ ।

0 200

ଉଲୁଣ୍ଡା,୨୮/୦୯(ପିପିଟି); ଏବେ କରୋନା ମହାମାରୀ ସମୟରେ ଜିଲ୍ଲାର ରକ୍ତଭଣ୍ଡାର ମାନଙ୍କରେ ଦେଖାଦେଇଥିବା ରକ୍ତର ଅଭାବକୁ ପୁରଣ କରିବା ପାଇଁ ଦିବ୍ୟଉର୍ଯ୍ୟା ସଂଗଠନ ଓ ରକ୍ସା ଯୁବ ସଂଘର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତ୍ରିଲୋକେଶ ନାଏକ ମୁଖ୍ୟ ଅତିଥି ଓ ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ନାଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କୋଭିଡ୍ କଟକଣା ନିୟମକୁ ଦୃଷ୍ଟିରେ ରଖି ସମସ୍ତେ ମାକ୍ସ ପରିଧାନ କରିଥିଲେ ।ସୁବର୍ଣ୍ଣପୁର ରକ୍ତଭଣ୍ଡାରର ଡାକ୍ତର ଦୁର୍ଗାଦତ୍ତ ଦାଶ, ସୁବାସ ପଣ୍ଡା,ଜଗତ ଦରୁଆନ,ଯୁଧିଷ୍ଠିର ନାଏକ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କାର୍ଯ୍ୟ ତୁଲାଇଥିଲେ । (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.