ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୋଷାକ ବିତରଣ ।

0 244

ବେଲଗୁଣ୍ଠା,୧୨/୦୧(ପିପିଟି):ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସର ରେ ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ଦିବସ ମହା ସମାରୋହରେ ପାଳିତ ହୋଇଯାଇ ଅଛି। ପ୍ରାତଃରେ ଛାତ୍ର ଛାତ୍ରୀ ମାନେ ସ୍ୱାମୀଜୀଙ୍କ ଗୁଣ ଗାନ କରିବା ସହିତ ବାଣୀ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିଥିଲେ। ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାନବ ସେବା ହିଁ ନାରାୟଣ ସେବା ଉକ୍ତିକୁ ନଜରରେ ରଖି ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ( ଥିଲେ ଦିଅ ନଥିଲେ ନିଅ ) କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥଲା। ସହର ରେ ୩ ଦିନ ପୁର୍ବରୁ ସୂଚନା ଦେଇ ସଂଗୃହିତ ପୁରୁଣା ବସ୍ତ୍ର , କମ୍ବଳ,ଛତା,ଜୋତା,ବାସନ କୁସନ ଆବଶ୍ୟକ ମଣୁ ଥିବା ଜନ ସାଧାରଣଙ୍କୁ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହ ପ୍ରଧାନ ଅଚର୍ଯ୍ୟା ସଂଘମିତ୍ରା ନାୟକଙ୍କ ସମେତ ଶୁଭଶ୍ରୀ, ରଶ୍ମିତା, ସୌଭାଗ୍ୟ, ରୁବି, ପୁଜା, ପିଙ୍କି, ମାଧୁରୀ, ଶୁଭମ ଗୁରୂମା ଏବଂ ସୁକାନ୍ତ,ଶିବରାମ, ବସନ୍ତ,ସତ୍ୟ ଓ ସୂର୍ଯ୍ୟ ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.