ମାଲକାନଗିରି,ତା:୨୦/୦୯(ପିପିଟି):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ର ସ୍ଵାଭିମାନ ଅଞ୍ଚଳର ଵଡ଼ପଡା ଠାରେ ଵିଜୁ ଜନତା ଦଳ ତରଫରୁ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ପୂର୍ଵତନ ମନ୍ତ୍ରୀ ତଥା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣଵ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ,ପୂର୍ଵତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ଯବେକ୍ଷକ ମାଲକାନଗିରି ଓ କୋରାପୁଟ ଚନ୍ଦ୍ର ସାରଥି ଵେହେରା ଓ ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଵିହନ ନିଗମ ଅଧ୍ଯକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଆୟୋଜିତ ମିଶ୍ରଣ ପର୍ବରେ ମଲକାନଗିରି ଜିଲ୍ଲା ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ଵାକା ସଭାପତିତ୍ବ କରିଥିବା ବେଳେ ନବରଙ୍ଗପୁର ସାସ°ଦ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ନେତୃତ୍ୱରେ ଵିଜେପି ଓ କ°ଗ୍ରେସର ଶତାଧିକ ସକ୍ରିୟ କର୍ମୀ ନିଜର ରାଜନୈତିକ ଦଳ ତ୍ଯାଗ କରି ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶିଥିଲେ । ଏହି ଵୈଠକରେ ମାଲକାନଗିରି ଜିଲ୍ଲାର ପୂର୍ଵତନ ଵିଧାୟକ ତଥା ସ୍ଵତନ୍ତ୍ର ଵିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମି, ପୂର୍ଵତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ୍ମିନୀ ମୁଦୁଲି, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା,ଜିଲ୍ଲା ମହିଳା ସଭାନେତ୍ରୀ ସୁକାନ୍ତି ଵୁରୁଦା,ଜିଲ୍ଲା ଯୁବ ସଭାପତି ଆଡ଼ମା ରାବା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଜନକଲ୍ଯାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ପୂର୍ଵରୁ ଏହି ଅଞ୍ଚଳକୁ ସମସ୍ତେ ଵିଛିନ୍ନାଚଳ କହି ଅବହେଳା କରୁଥିଲା ବେଳେ ଆଜି ଏହାକୁ ସ୍ଵାଭିମାନ ଅଞ୍ଚଳର ମାନ୍ଯତା ପାଇ ଗୁରୁପ୍ରିୟା ସେତୁ ଠାରୁ ଆରମ୍ଭ କରି ସମସ୍ତ ଗମନାଗମନ, ସ୍ବାସ୍ଥ୍ଯ,ଶିକ୍ଷା,ପାନୀୟ ଜଳ,ମୋ କୁଡିଆ ଆଦି ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ କରାଯାଇଛି । ଗମନାଗମନର ଉନ୍ନତି ହେବା ଯୋଗୁଁ ଜୀଵନ ଜୀଵୀକାରେ ଅଦ୍ଭୁତ ପୂର୍ଵ ବିକାଶ ସମ୍ଭବ ହୋଇ ପାରିଛି ବୋଲି ସାଂସଦ ରମେଶ ଚନ୍ଦ୍ର ମାଝି ମତବ୍ଯକ୍ତ କରିଥିଲେ । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି । ସେ ମାଲକାନଗିରି ଜିଲ୍ଲାବାସୀଙ୍କୁ ଆନ୍ତରିକ ଭଲପାଆନ୍ତି ,ସେଥିପାଇଁ ଟଙ୍କାକିଆ ଚାଉଳର ଶୁଭାରମ୍ଭ ହେଉ କି ସ୍ମାର୍ଟ ହେଲଥ୍ କାର୍ଡ ହେଉ ମାଲକାନଗିର ଜିଲ୍ଲାରୁ ହିଁ ଆରମ୍ଭ କରିଛନ୍ତି । ଏହି ଵୈଠକରେ ସ୍ଵାଭିମାନ ଅଞ୍ଚଳର ଵରିଷ୍ଠ ନେତା ପିତାମ୍ବର ଖେମୁଡୁ ପରି ଚାଳନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଯୁଵ ନେତା ମହେଶ ବାକା, ସାସ°ଦ ପ୍ରତିନିଧି ତଥା ଜୋନ ପର୍ଯ୍ୟବେକ୍ଷକ ମଦନ ଖୋସଲା ,ସୋମନାଥପୁର ସରପଞ୍ଚ ସୋମନାଥ ଵାର୍ସେ,ଵିଧାୟକ ପ୍ରତିନିଧି ଅମିତ ଅଗ୍ରଓ୍ଵାଲା,ଶିବ ଖରା,ତପନ ସାହା,ଶୁକ୍ରାମୁଦୁଲି ,ଵ୍ଳକ ସଭାପତି ହରି ମୋହନ ଖିଲ,କୋରୁକୋଣ୍ଡ ଵିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, ଖଇରପୁଟ ବ୍ଳକ ସଭାପତି ସାଧୁ ହନ୍ତାଳ,ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟ ଉଦୟ ମାଦ୍ରୀ, ପୂର୍ଵତନ ଵ୍ଳକ ଅଧ୍ଯକ୍ଷ ନନ୍ଦ ମୁଦୁଲି, ଯୁଵ ନେତା ଵୁନା ରାଓ, ଵାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି, କାଉନସିଲର ପୂର୍ଣ୍ଣ ଭତ୍ରା, ଲକ୍ଷ୍ମୀ ପଟ୍ଟନାୟକ, ରମେଶ ପାଣିଗ୍ରାହୀ ,ରାଜ ନାୟକ,ଯୋଗ ଦେଇଥିଲେ । ଆଜି ଵିଜେପି ଦଳର ମଣ୍ଡଳ ସଭାପତି କମୁଳୁ ହନ୍ତାଳ ,କ°ଗ୍ରେସ ପୂର୍ଵତନ ଵ୍ଳକ ଅଧକ୍ଷ ଦମୟନ୍ତୀ ତାଗୁ°ଲୁ,ଵାସୁ ଖରା,ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟା ଭାନୁମତି ପାଙ୍ଗିଙ୍କ ପିତା ଜଗଦୀଶ ଟମାରି,ଲକ୍ଷ୍ମଣ ଖେମୁଡ଼, ରଘୁ ଖରା ନେତୃତ୍ବ ରେ ଶତାଧିକ କର୍ମୀ ନିଜ ଦଳ ଛାଡି ଵିଜୁ ଜନତା ଦଳରେ ସାମିଲ ହୋଇଥିଲେ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା କର୍ମକର୍ତ୍ତା ସମସ୍ତ ନୂତନ ଭାବେ ଦଳରେ ସମିଲ ଵରିଷ୍ଠ କର୍ମକର୍ତ୍ତାଙ୍କୁ ଦଳର ଉତ୍ତରୀୟ ଓ ଫୁଲମାଳ ଦେଇ ସ୍ବାଗତ କରିବା ସହ ବିଜୁ ଜନତା ଦଳରେ ମିଶ୍ରଣ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)