ତିର୍ତ୍ତୋଲ,୧୧/୦୭(ପିପିଟି);ଜଗତସିଂହପୁର ଜିଲ୍ଲାରେ ଜୁନ ମାସରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଖରିଫ ଧାନ ଚାଷ ପାଇଁ ସମସ୍ୟା ସୃଷ୍ଟି ହୋଇଛି । କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ପାଣି ଅଭାବରୁ ଚାଷ କାର୍ଯ୍ୟରେ ବିଳମ୍ବ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଜିଠାରୁ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଜଗତସିଂହପୁର ସଦର ମହକୁମା ଦେଇ ଯାଇଥିବା ମାଛଗାଁ କେନାଲ ଓ ଏହାର ଶାଖା କେନାଲ ଗୁଡ଼ିକର ଅବସ୍ଥା ଦେଖିଲେ ଲାଗୁଛି ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର କାର୍ଯ୍ଯ କଚ୍ଛପ ଗତିରେ ଚାଲିଛି । ଜଗତସିଂହପୁର ୧୦ନଂ କେନାଲ ର ଶାଖା କେନାଲ ଭଗବାନପୁର ଠାରୁ ବାହାରି ପିତେଇପୁର ଗ୍ରାମପଞ୍ଚାୟତ, ପଟିଲୋ ଗ୍ରାମପଞ୍ଚାୟତ ଦେଇ କଟରା ଗ୍ରାମପଞ୍ଚାୟତର ଦୁର୍ଦା ଗ୍ରାମ ପର୍ଯ୍ଯନ୍ତ ହଜାର ହଜାର ହେକ୍ଟର ଜମିକୁ ଜଳ ଯୋଗାଇ ଥାଏ । କିନ୍ତୁ ଏବର୍ଷ ଏହି ଶାଖା କେନାଲର ସଫେଇ ଓ ମରାମତି କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବାରୁ କେନାଲରେ ଶେଷ ମୁଣ୍ଡରେ ପାଣି ପହଁଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗଛଲତା ,ଅଳିଆ ଆବର୍ଜ୍ଜନାରେ ଭରପୂର ଏହି କେନାଲର ସଫେଇ ଓ ମରାମତି କାର୍ଯ୍ୟ ଯଥାଶୀଘ୍ର ଶେଷ ନ କଲେ ଅଖିଳ ଭାରତ କୃଷକ ସଭାର ଜଗତସିଂହପୁର ଜୋନ ସଭାପତି ନାରାୟଣ ଦାସ ଚାଷୀ ମାନଙ୍କୁ ଏକତ୍ରିତ ହୋଇ ଜଳସେଚନ ଵିଭାଗ କାର୍ଯ୍ଯାଳୟକୁ ଘେରାଉ କରିବାକୁ ନିବେଦନ କରିଥିବା ଜଣାପଡିଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)
Prev Post