ମାଲକାନଗିରି,ତା:୨୨/୧୧(ପିପିଟି): ମାଲକାନଗିରି ତହସିଲ କାର୍ଯ୍ଯାଳୟ ପରିସର ଠାରେ ମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ମାଲକାଲକାନଗିରି ତହସିଲଦାର ରାଖାଲ ପରିଡା,ସହକାରୀ ଜିଲ୍ଲାପାଳ ଜଗଦିଶ କାର୍ତ୍ତାମୀ,ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ,ବିରିଷ୍ଠ କିରାଣୀ ଶ୍ଯାମ ସୁନ୍ଦର ନାୟକ,ବ୍ରଜ ମାଝୀ,ସୋନୁ ଅନୁଗ,ଲକ୍ଷ୍ମଣ ଘରାମୀ ପ୍ରମୁଖ ଯୋଗ ଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ସ୍ବାଧୀୀନତା ସଂଗ୍ରାମରେ ଲକ୍ଷ୍ମଣ ନାୟକଙ୍କ ବଳୀଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ରକ୍ତ ରଞ୍ଜିତ ମାଥିଲି ଗୁଳି କାଣ୍ଡ ଘଟଣା ସବୁ ଦିନ ପାଇଁ ଐତିହାସିକ ପୃଷ୍ଠ ଭୂମିରେ ଲିପିବଦ୍ଧ ହୋଇ ରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।ଶେଷରେ ଶ୍ଯାମ ସୁନ୍ଦର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ;ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)