ବୋଲଗଡ଼,୧୨/୦୮(ପିପିଟି):ଆଷାଢସରି ଶ୍ରାବଣ ମାସ ଅଧା ହେବାକୁ ବସିଲାଣି ମାତ୍ର ଏପର୍ଯ୍ୟନ୍ତ ବୋଲଗଡ଼ ବ୍ଳକ ଅଞ୍ଚଳ ରେ ବର୍ଷା ଅଭାବରୁ ଚାଷୀମାନେ ଚାଷକାର୍ଯ୍ୟ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥାନରେ ଚାଷ ଜମି ପଡିଛି ଶୁଖିଲା ବର୍ଷା ଅଭାବ ଯୋଗୁଁ ଜମିରେ ହଳ କରିବା ଅନେକଙ୍କ ପାଇଁ ସମ୍ଭବ ହୋଇନାହିଁ। ଯେଉଁ ବିଲ ରୋଇବାପାଇଁ କାଦୁଅ ହୋଇଛି ସେମଧ୍ୟ ସୁଖିଗଲାଣି। ଫଳରେ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଚାଷକାର୍ଯ୍ୟ ସମ୍ପୂର୍ଣ ପ୍ରଭାବିତ ହୋଇଛି। ବିଲରେ ପାଣି ନଥିବା ସାଙ୍ଗକୁ ପ୍ରବଳ ଖରାରେ ତଳି ଜଳିଗଲାଣି। ଏପରିକି ଚାଷୀ ପାଣିପମ୍ପ ସାହାଯ୍ୟରେ ପାଣିମଡାଇ ତଳିଗୁଡିକ ବଞ୍ଚାଇରଖିଛି। କିନ୍ତୁ ତାହାକୁ ରୋଇବାପାଇଁ ବିଲରେ ପାଣିନାହିଁ। ଯେଉଁ ଚାଷୀମାନେ ଧାନତଳି ରୁଆପୋତା କାମକରିଛନ୍ତି ତାହାମଧ୍ୟ ଠିଆ ଜଳିଲାଣି ଓ ମାଟି ଫାଟି ଆଁ କଲାଣି। ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲବର୍ଷା ନହେଲେ ଚାଷ କାର୍ଯ୍ୟରେ ବ୍ୟାପକ ପ୍ରଭାବିତ ହେବବୋଲି ଚାଷୀମାନେ କହିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)