ସ୍ବର୍ଗୀୟ ମିଳନ ।

0 155

ଦିବାକର ଶୋହେ ଦୂର ନଭଦେହେ
ସରସୀ ରେ ପଙ୍କଜିନି
ଯୋଜନ ଯୋଜନ ଦୁରତାରେ ଥାଇ
ଚାନ୍ଦ ଚାହେଁ କୁମୁଦିନି !!

ଦୂର ବହୁଦୂର ରହି ଦିବାକର
ପ୍ରଣୟ ପୀୟୂଷ ଢାଳେ
ପୁଷ୍କରିଣୀ ମଧ୍ୟେ ରୂପସୀ ପଦ୍ମିନୀ
କୋଟି ପ୍ରଣିପାତ କରେ !!

ନିଶାର୍ଦ୍ଧରେ ଆସି ନିଶାକର ବସି
ଚାହେଁ ଖାଲି କୁମୁଦିନି
ନିଦ୍ରା ,ତନ୍ଦ୍ରା ତେଜି ଜଗିରହିଥାଏ
ରୋଷ ଭାଙ୍ଗି ଅଭିମାନି !!

ସୂର୍ୟମୁଖୀ ସଦା ସ୍ୱାଗତ ଜଣାଏ
ହୃଦରତ୍ନ ଅଂଶୁମାନ
ଦୁରାକାଶେ ଦେଖି କଳା ବଉଦକୁ
ମୟୁରପୂଛ ଯେସନ !!

ଦୁରତାରେ ଅତି ସମାନ୍ତର ଗତି
ନାହିଁ ତାଙ୍କ ଛେଦ ବିନ୍ଦୁ
ଦର୍ଶନ ମାତ୍ରକେ ହୃଦେ ଅନୁଭବ
ପ୍ରଣୟ ର ମହାସିନ୍ଧୁ !!

ମାତ୍ର ଉପସ୍ଥିତେ ପ୍ରାଣ ପୁଲକିତେ
ପାଇଲେକି କୋଟି ଧନ
ବହୁଦୂରେ ଥାଇ ଆତ୍ମା ପରିତୃପ୍ତ
ସ୍ବର୍ଗୀୟ ଯାର ମିଳନ !!

ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ।

Leave A Reply

Your email address will not be published.