ମାଲକାନଗିରି,ତା:୦୪/୦୯(ପିପିଟି); ସ୍ବର୍ଗତ ରଞ୍ଜନ କୁମାର ରାଉତଙ୍କ କରୋନା ରୋଗରେ ଆକ୍ରାନ୍ତ ହୋଇ ଅକାଳ ବିୟୋଗ ହେବା ଦୁଃସମ୍ବାଦ ପହଞ୍ଚିବା ପରେ ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ଯରେ ଦଣ୍ଡକାରଣ୍ଯ ପଡିଆ ଠାରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ରାଉତ ୧୯୯୦ ରୁ ୨୦୧୯ ପର୍ଯ୍ଯନ୍ତ ମାଲକାନିରି ଜିଲ୍ଲାରେ ସରକାରୀ ଚାକିରି କରୁଥିବା ବେଳେ ପରବର୍ତ୍ତୀ ସମୟରେ ସହକାରୀ ଜିଲ୍ଲାପାଳ ଭାବେ ପଦୋନ୍ନତି ପାଇ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ । ସେଠାରେ ସେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓଲୋକ ସଂପର୍କ ଅଧିକରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ । ତାଙ୍କ ଦେହ ଭୀଷଣ ଅସୁସ୍ଥ ହେବାରୁ ଢେଙ୍କାନାଳରୁ ଭୁବନେଶ୍ବର ସ୍ଥିତ ଅମ୍ରୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୨ ତାରିଖ ସଂଧ୍ଯା ୮ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ବର୍ଗତ ରଞ୍ଜନ କୁମାର ରାଉତଙ୍କ ମାଲକାନଗିରି ରହଣି କାଳରେ କେତେ ଜଣ ବଦାନ୍ଯ ବ୍ଯକ୍ତିଙ୍କୁ ନେଇ କ୍ରିକେଟ ସଂଘ ଗଠନ କରିଥିଲା ବେଳେ ଅନେକ ଯୁବକ କ୍ରିକେଟ ପ୍ରତି ଆଗ୍ରାହାନ୍ବତି ହୋଇ ଏବଂ କ୍ରୀଡାରେ ଭଲ ପ୍ରଦର୍ଶନ କରି ଜିଲ୍ଲା ଏବଂ ରାଜ୍ଯର ସୁନାମ ଅର୍ଜ୍ଜନ କରିଥିଲେ । କ୍ରିକେଟ ପ୍ରତି ତାଙ୍କର ଅବଦାନ ମାଲକାନଗିରି ଜିଲ୍ଲା ପାଇଁ ସଦା ସର୍ବଦା ଅବିସ୍ମରଣୀୟ । ସେ ଥିଲେ ପୂର୍ବତନ କ୍ରିକେଟ ସଂଘର କୋଷାଧ୍ଯକ୍ଷ,ପ୍ରତିଷ୍ଠାତା ସଦସ୍ଯ । ଭୁବନେଶ୍ୱର ସ୍ଥିତ ଅମ୍ରି ହସ୍ପିଟାଲ ଠାରେ ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି । ସେ କରୋନା ରୋଗରେ ସଂକ୍ରମିତ ହୋଇ ପ୍ରାଣ ତ୍ଯାଗ କରିଥିବା ଜଣାପଡିଛୁ । ପ୍ରଥମେ ଉତ୍କଳ ସାହିତ୍ୟ ସଂସଦର ସଭାପତି କେଶବ ଚନ୍ଦ୍ର ନାୟକ ସ୍ବର୍ଗତ ରାଉତଙ୍କର ଫଟ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ବଳନ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ମାଲକାନଗିରି କ୍ରିକେଟ ସଂଘ ପ୍ରତିବର୍ଷ ସ୍ବର୍ଗତ ରାଉତଙ୍କର ତୀରୋଧାନ ଦିବସକୁ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ସଂଘର ସଭାପତି ଏମଡି ଫାରୁକ ସମ୍ମତି ପ୍ରଦାନ କରିଥିଲେ ।ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ ଫଟ ଚିତ୍ର ଉପରେ ପୁଷ୍ପ ମlଲ୍ୟ ଅର୍ପଣ କରି ବା ସହ ପ୍ରଦୀପ ପ୍ରଜ୍ବଳନ କରିବା ସହ ସ୍ବର୍ଗତ ରାଉତ କିପରି ଜଣେ ମିଷ୍ଠ ଭାଷୀ ମେଳାପି ବ୍ଯକ୍ତି ଥିଲେ ବୋଲି ମତ ବ୍ଯକ୍ତ କରଥିଲେ । ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା କ୍ରିକେଟ ସଂଘର ସଭାପତି ଏମଡି ଫାରୁକ,ସଂପାଦକ ସୂର୍ଯ୍ୟ ନାରାୟଣ ନାୟକ,ପ୍ରତାପ ରାଜ ଚନ୍ଦ୍ର,ବାଣୀ କିଙ୍କର ପଟ୍ଟନାୟକ ସ୍ବର୍ଗତ ରାଉତଙ୍କ ସ୍ମୃତି ଚାରଣ କରି ଭାବ ବିହ୍ବଳ ହୋଇ ପଡିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର କ୍ଷିତି,ରବି ରାଜେଶ,ବାଣୀ କିଙ୍କର ପଟ୍ଟନାଏକ,ଶ୍ରୀନିବାସ ରାଓ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)