ସ୍ବର୍ଗତ ବିଜୁବାବୁଙ୍କ ପୁଣ୍ୟତିଥି ରେ ଦୀପଦାନ ।

0 328

କୋଦଳା,୧୭/୦୪(ପିପିଟି): ବିଜୁବାବୁ ଥିଲେ କଳିଙ୍ଗବୀର, ମାଟିର ମୂର୍ତ୍ତିକାର, ଆଧୁନିକ ଓଡ଼ିଶାର କାରିଗର, ଭାରତର ଗୌରବ ତଥା ଇଣ୍ଡୋନେସିଆର ଭୂମିପୁତ୍ର, କୋଟି ଓଡ଼ିଆଙ୍କ ଜନନାୟକ, ଝଡର ଇଗଲ, ମୁକୁଟ ବିହୀନ ସମ୍ରାଟ । ଆଜିର ଏହି ପବିତ୍ର ଦିନକୁ ସ୍ମରଣ କରି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମେତ ବିଜୁ କର୍ମୀ କୋଦଳା ଆରାଧ୍ୟ୍ୟ ଦେବତା ବାବା ଦଣ୍ଡିଶ୍ୱର ଙ୍କ ନିକଟ ପଡିଆରେ ଏକତ୍ରିତ ହୋଇ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ଓ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହିତ ବିଜୁ ବାବୁଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ ନିମିତ୍ତ ସମୂହ ଦୀପଦାନ କରିଥିଲେ । ତତ୍ ସହିତ ଦୁରଦୃଷ୍ଟି ବିଜୁବାବୁଙ୍କ ବିଚାରଧାରା, ତ୍ୟାଗ, ସେବା, ସଂଗ୍ରାମ ଓ ସ୍ୱାଭିମାନର ବ୍ରତୀ ହୋଇ ନୂତନ ଓଡିଶା ଗଢିବା ପାଇଁ ଆଜିର ଏହି ପୁଣ୍ୟ ତିଥିରେ ମୁଁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସଂକଳ୍ପ ବଦ୍ଧ ହେଉଛି ବୋଲି ସମୁହ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ବିଜୁ ଜନତା ଦଳ ସଭାପତି ବିଜୟ କୁମାର ଦୋରା ପରିଚାଳନା କରିଥିବା ବେଳେ, ବରିଷ୍ଠ ନେତା ମହେଶ୍ୱର ବରାଡ଼ ବିଜୁ ବାବୁଙ୍କ ଜୀବନୀ, ସାହାସିକତା ଓ ଦୃଢ଼ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ!ଅନ୍ୟ ମାନଙ୍କ ମଧ୍ୟ ରେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଉପାଧକ୍ଷ୍ୟ ସୁଧାକର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାରତୀ ଗୌଡ଼, ବିଜେଡି ମହିଳା ନଗର ସଭାନେତ୍ରୀ ସୁଜାତା ପ୍ରଧାନ, କାଉନସିଲର ଜିତେନ୍ଦ୍ର ପ୍ରଧାନ, ମନୋରଞ୍ଜନ ଡାକୁଆ, ସିମାଞ୍ଚଳ ଖଟେଇ, ସୁନିତା କାର୍ଜି, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.