ସ୍ବର୍ଗତ ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ସ୍ମୃତି ଚାରଣ ।

0 144

ମାଲକାନିରି,ତା:୨୩/୧୦(ପିପିଟି):ମାଲକାନଗିରି ମହିଳା ମହାବିଦ୍ଯାଳୟ ପରିସର ଠାରେ ସ୍ବର୍ଗତ ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯୀଇଥିଲା । ଏହି ସଭାରେ ମହିଳା ମହାବିଦ୍ଯାଳୟର ଅଧ୍ଯକ୍ଷ ଦୁଷ୍ମନ୍ତ କୁମାର ଜେନା ସଭାତିତ୍ଯ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ସମାଜସେବୀ ଦୁର୍ଗା ତ୍ରିପାଠୀ,ମୁଖ୍ଯ ବକ୍ତା ଭାବେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ମାଲକାନଗିରି ମହାବିଦ୍ଯାଳୟର ଅଧ୍ଯାପିକା ନମିତା ଦଣ୍ଡସେନା ଏବଂ ସାମ୍ବାଦିକ ପଞ୍ଚାନନ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଲ୍ଲାଦ ଦୋରା ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ଯ ଜ୍ଞାନୀ ପୁରୁଷ ଥିଲେ । ତାଙ୍କ ପ୍ରଖରଜ୍ଞାନ ଯୋଗୁଁ ସେ ରାଜ୍ଯ ରାଜନୀତିକୁ ଯାଇ ଉପ-ବାଚସ୍ପତି ଏବଂ ପରେ ବାଚସ୍ପତି ହେବାର ଗୌରବ ଅର୍ଜନ କରିଥିଲେ । ସେ ଲକ୍ଷ୍ମଣ ନାୟକଙ୍କ ଦାୟଦ ଭାବରେ ନିଜକୁ ଗର୍ବ ଅନୁଭବ କରୁଥିଲେ । ସେ ସର୍ବଦା ଗରିବ, ଆଦିବାସୀ, ଦଳିତ, ଶ୍ରମିକ,ମହିଳାମାନଙ୍କ ଉତ୍ଥାନ ପାଇଁ ସ୍ବରୋତ୍ତଳନ କରୁଥିଲେ । ଦୋରାବାବୁ ପ୍ରଚଣ୍ଡ ସ୍ବାଭାମାନି ଥିଲେ । ଯେତେବେଳେ ମାଲକାନଗିରି ଜନତାଙ୍କ ଉପରେ ବିପଦ ଆପଦ ପଡିଛି ସେ ସଂଘର୍ଷ କରୁଥିଲେ !ତାଙ୍କ ନିକଟରେ ଧମ୍ଭ,ସାହାସ,ଧୈର୍ଯ୍ଯ ରହିଥିଲା । ସେ ନିଜକୁ କେବେ ଦୁର୍ବଳ ମନେକରୁ ନଥିଲେ । ତାଙ୍କ କଥାର ଓଜନ ଥିଲା । ତାଙ୍କର ବିୟୋଗରେ ମାଲକାନଗିରି ଜିଲ୍ଲାର ଅଶେଷ କ୍ଷତି ହେଲା,ଯାହାକି କେବେ ପୂରଣ ହୋଇ ପାରିବ ନାହିଁ ବୋଲି ଅତିଥିମାନେ ମତ ବ୍ଯକ୍ତ କରିଥିଲେ ।ସମାଜ ସେବୀ ଦୁର୍ଗା ତ୍ରିପାଠୀ ସ୍ବର୍ଗତ ପ୍ରହଲ୍ଲାଦ ଦୋରାଙ୍କ ନାମରେ ମାଲକାନଗିରି ପୌର ପରିଷଦର ଯେ କୌଣସି ମାର୍ଗକୁ ନାମିତ କରିବା ପାଇଁ ମତ ପ୍ରକାଶ କରିଥିଲେ । ସେହି ପରି ମୁଖ୍ଯବକ୍ତା କେଶବ ଚନ୍ଦ୍ର ନାୟକ ସ୍ବର୍ଗତ ଦୋରାଙ୍କ ଆତ୍ମ ଜୀବନୀ ଏବଂ ତାଙ୍କ କାର୍ଯ୍ଯବଳୀ ଉପରେ ଏକ ସ୍ମରଣିକା ପ୍ରକାଶ କରିବା ପାଇଁ ମତବ୍ଯକ୍ତ କରିଥିଲେ ଶ୍ରୀ ନାୟକ କହିଲେ ଯେ ଦୋରାବାବୁ ଯେତେବେଳେ ଭୁବନେଶ୍ବରର ଏମ୍ସରେ ଚିକିତ୍ସତ ହେଉଥିଲେ,ପେଟରେ ଟ୍ଯୁମର ଯୋଗୁଁ ଭିଷଣ ଯନ୍ତ୍ରଣା ଅନୁଭବ କରୁଥିଲେ,ଠିକ ସେହି ସମୟରେ ତାଙ୍କ ଧର୍ମପତ୍ନୀଙ୍କର ମଧ୍ଯ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା ।ସେତେବେଳେ ମଧ୍ଯ ସେ ପଢୁଥିଲେ ଏବଂ ଲେଖୁଥିଲେ । ତାଙ୍କର ଶେଷ ହାତ ଲେଖାପତ୍ର ମୋ ନିକଟକୁ ପ୍ରେରଣ କରିଥିଲେ ବୋଲି ଶ୍ରୀ ନାୟକ କହିଥିଲେ ।ମୁଖ୍ଯମନ୍ତୀ ବିଜୁବାବୁଙ୍କୁ ଚାପ ପ୍ରୟୋଗ କରି ମାଲକାନଗିରି ସବ-ଡିଭିଜନକୁ ଜିଲ୍ଲାର ମାନ୍ଯତା ପ୍ରଦାନ କରିବାରେ ସ୍ବର୍ଗତ ପ୍ରହଲ୍ଲାଦ ଦୋରାଙ୍କ ଭୂମିକା ଅବିସ୍ମରଣୀୟ । ମାଲକାନଗିରି ଜିଲ୍ଲା ଏକ ପଛୁଆ ଅଞ୍ଚଳ ଶିକ୍ଷା ହିଁ ବିକାଶ ପଥର ଏକ ମାଇଲ ଖୁଣ୍ଟ ତେଣୁ ନିଜ ଉଦ୍ଯମରେ ସ୍କୁଲ କଲେଜ ପ୍ରତିଷ୍ଠ କରିବା ସହ ଯେଉଁ ଆଦିବାସୀ ଗ୍ରାଞ୍ଚଳରେ ପ୍ରାଥମିକ ବିଦ୍ଯାଳୟର ଅଭାବ ରହିଛି,ସେଠାରେ ବିଦ୍ଯାଳ ପ୍ରତିଷ୍ଠା ଲାଗି ସରକାରଙ୍କ ଧ୍ଯାନ ଆକର୍ଷଣ କରିବାରେ ସ୍ବର୍ଗତ ଦୋରାଙ୍କର ଭୂମିକା ଚିରସ୍ମରଣୀୟ ବୋଲି ଶ୍ରୀ ଜେନା କହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.