ସ୍ବଚ୍ଛ ସର୍ବେକ୍ଷଣ ୨୦୨୧ : ହିଞ୍ଜିଳିକାଟୁ ରେ “ମୁଁ ସ୍ୱଚ୍ଛ, ସ୍ୱଚ୍ଛ ମୋ ସହର, ଗର୍ବ ମୁଁ ହିଞ୍ଜିଳିକାଟୁର” ପ୍ରଚାର ପ୍ରସାରର ଶୁଭାରମ୍ଭ ।
ହିଞ୍ଜିଳିକାଟୁ,ତା-୨୯/୧୧(ପିପିଟି) ; ସ୍ୱଚ୍ଛତାରେ ହିଞ୍ଜିଳିକାଟୁକୁ ଏକ ନଂ କରିବା ତଥା ସାରା ଦେଶରେ ସ୍ୱଚ୍ଛତା ପାଇଁ ଅଗ୍ରଣୀ ସହର ରୂପେ ପରିଗଣିତ କରିବା ପାଇଁ ହିଞ୍ଜିଳିକାଟୁ ସ୍ଥାନୀୟ ପୋୖର ପରିଷଦ ତରଫରୁ ରବିବାର ଦିନ ୧୦ ଘଣ୍ଟିକା ସମୟରେ ଇଣ୍ଡୋର ଷ୍ଟାଡିୟମ୍ ପରିସରେ ମୁଁ ସ୍ୱଚ୍ଛ, ସ୍ୱଚ୍ଛ ମୋର ସହର ,ଗର୍ବ ମୁଁ ହିଞ୍ଜିଳିକାଟୁର ଶପଥ ଉତ୍ସବ ସମାରୋହରେ ଆୟୋଜିତ ହୋଇଯାଇଛି । ସ୍ୱଚ୍ଛତାରେ ହିଞ୍ଜିଳିକାଟୁ ପୋୖର ପରିଷଦକୁ ଏକ ନମ୍ବର କରିବା ଏହି ଉତ୍ସବର ମୂଳ ଲକ୍ଷ ଥିଲା । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ କାର୍ଯ୍ୟକ୍ରମର ଉଦଘାଟନୀ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ,ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟରଞ୍ଜନ ପୃଷ୍ଟି , ତହସିଲଦାର ପ୍ରଭାତ କୁମାର ପରିଡା, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ଥାନାଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଥିଲେ ।ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଓ ପ୍ରଚାର ପ୍ରସାର କରିବାରେ ସ୍ଥାନୀୟ ପୋୖର ପରିଷଦ ଆଗୁଆ ରହିଛି । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଅଞ୍ଚଳରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଞ୍ଚଳବାସୀଙ୍କୁ ଶପଥ ପାଠ କରାଇବା ସହ ସ୍ୱଚ୍ଛତାରେ ହିଞ୍ଜିଳିକାଟୁକୁ ଏକନମ୍ବର ସହର ସହ ସାରା ଦେଶରେ ସ୍ୱଚ୍ଛତା ପାଇଁ ଏକ ମୋଡେଲ ସହରରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଜନସାଧାରଣ ଚାହିଁଲେ ତଥା ସହଯୋଗ କଲେ ହିଞ୍ଜିଳି ସହରକୁ ସମ୍ପୂର୍ଣ୍ଣ ପରିମଳ କରାଯାଇପାରିବ । ଏଥିପାଇଁ ସମସ୍ତେ ସହର ବାସୀ ଯତ୍ନବାନ ହେବା ଆବଶ୍ୟକ । ୱାର୍ଡର ସୁବିଧା ଅସୁବିଧା ୱାର୍ଡ କମିଟି ମାଧ୍ୟମରେ ଜଣାଇ ସ୍ୱଚ୍ଛତା ପ୍ରତି ତାତ୍ପରତା ପ୍ରକାଶ କଲେ ଏକ ନିର୍ମଳ ସହର ଗଠନ କରିବାରେ ଆମେ ସହାୟତା ହେବା। ସ୍ୱଚ୍ଛତା ଏକ ମହାନ କାର୍ଯ୍ୟ ପୌର ପରିଷଦର ଭାଇଭଉଣୀ ଓ ଅଞ୍ଚଳବାସୀ ମିଶି ସହଯତ୍ନଶୀଳ ହୋଇପାରିଲେ ଆମ୍ଭେ ପ୍ରତ୍ୟହ ସ୍ୱଚ୍ଛତା ଦିଗକୁ ଆଗେଇ ପାରିବା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମହୋଦୟ ସଫେଇ କର୍ମଚାରୀ, ସୁପରଭାଇଜର, ସ୍ୱଚ୍ଛ ସାଥି ପୋୖର କର୍ମଚାରୀ ମାନଙ୍କୁ ସ୍ୱଚ୍ଛତା ମିଶନରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସର୍ବଶେଷରେ ୩ ଜଣ ସ୍ୱଚ୍ଛ ସାଥିଙ୍କୁ ସମ୍ମାନିତ କରିବା ପରେ ‘ସ୍ବଚ୍ଛ ସଙ୍ଗାତ”, “ଷ୍ଟ୍ରୀଟ ଲାଇବେରୀ” ଓ “ଦୟାର କାନ୍ଥ” ଉଦଘାଟନୀ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ହିଞ୍ଜିଳି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବା ବେଳେ ପରିସରର ଅନ୍ୟାନ୍ୟ କର୍ମଚାରୀ , ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ, ଜେନେରସ ଆଡ଼ ଏଜେନ୍ସି (ବ୍ରହ୍ମପୁର)ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ ।
(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)