ସ୍ନେକ ହେଲ୍ପଲାଇନ କର୍ମଚାରୀଙ୍କ ଦ୍ୱାରା ୧୦ ଫୁଟିଆ ଅହିରାଜ ଉଦ୍ଧାର ।

0 348

କୋଦଳା,୩୦/୦୩(ପିପିଟି); ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ପୁଣି ଏକ ୧୦ ଫୁଟର ଅହିରାଜ ସର୍ପ ଉଦ୍ଧାର ହୋଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବେ ସେହି ଗ୍ରାମର ଶିଶୁମନ୍ଦିର କୂଅ ରୁ ଏକ ଅହିରାଜ ସର୍ପ ଉଦ୍ଧାର ହୋଇଥିଲା । ବନବିଭାଗର ଅନୁପସ୍ଥିତିରେ ସରପଟିକୁ ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ସାହାୟତାରେ ଜଙ୍ଗଲ ମଧ୍ୟରେ ଛଡାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବୁରୁଝରୀ ଗ୍ରାମର ଧନୁ ମହାନ୍ତିଙ୍କ ରୋଷେଇ ଘର ଗ୍ୟାସ ଟାଙ୍କି ତଳେ ଏକ ବିରାଟ ଅହିରାଜ ସାପକୁ ଦେଖି ଘର ଲୋକେ ବ୍ୟତିବସ୍ତ ହୋଇ ସାହି ପଡିଶାଙ୍କୁ ଖବର ଦେଇଥିଲେ ଓ ଘରର କବାଟ ବନ୍ଦ କରି ଧନୁଙ୍କ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବହୁ ସମୟ ଧରି ଅପେକ୍ଷ୍ୟା କରିଥିଲେ ସୁଦ୍ଧା ବନବିଭାଗ କର୍ମଚାରୀ ନ ପହଂଚିବା ଯୋଗୁଁ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ତରଫରୁ ସ୍ୱପ୍ନାଲୋକ ମିଶ୍ର ଓ ମିହିର କୁମାର ପଣ୍ଡା ପହଂଚି ସାପକୁ ଉଦ୍ଧାର କରିବା ସହ ନାରାୟଣୀ ଜଙ୍ଗଲରେ ଛାଡିଥିବା ଜଣାପଡିଛି । ସାପ ଟି ୧୦ ଫୁଟ ଲମ୍ବାର ହୋଇଥିବା ବେଳେ ବୟସ ପାଖାପାଖି ଦେଢ଼ ବର୍ଷ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ପୂର୍ବରୁ ଛଅ ମାସ ତଳେ ଶିଶୁ ମନ୍ଦିର ନିକଟ କୂଅ ରୁ ଏମିତି ଏକ ଅହିରାଜକୁ ଉଦ୍ଧାର କରାଯାଇଥିଲା । ବାରମ୍ବାର ଅହିରାଜ ଗାଁ ଭିତରକୁ ଚାଲି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେବା ସହ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ନେଇ ବନବିଭାଗ ର କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଘଟଣା ସ୍ଥଳରେ ନପହଂଚିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ କ୍ଷୋକ ପ୍ରକାଶ କରିଛନ୍ତି “।(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.