ସ୍ଥିତିରେ ସୁଧାର ତଥାପି କାଲିଠାରୁ ସଟ ଡାଉନ ।

0 476

ଭଞ୍ଜନଗର,୧୪/୦୭(ପିପିଟି); ଆଜି ଗୋଟିଏ ଦିନ ଭଞ୍ଜନଗର  ଜନସାଧାରଣଙ୍କ ପାଇଁ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇ ଥିବା ବେଳେ ଆସନ୍ତା କାଲି ଠାରୁ ପୁଣି ସଟ ଡାଉନ ଘୋଷଣା କରାଯାଇଛି।ଗତ ମାସ ୨୫ତାରିଖରୁ ଭଞ୍ଜନଗର ସହରର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା କରାଯାଇଛି।ସେହିଦିନ ଠାରୁ ଗତ ୮ତାରିଖ ଓ ଆଜି ଦିନକ ପାଇଁ କଟକଣା କୋହଳ କରାଯାଇଛି ।ପ୍ରଶାସନ ନିୟମକୁ ଲୋକମାନେ ମାନି ଚଳୁଥିବାରୁ ଗତ ୨/୩ଦିନ ହେବ ଭଞ୍ଜନଗର ଅଞ୍ଚଳରେ କରୋନା ସ୍ଥିତିରେ ସୁଧାର ଆସିଛି। ଆଜି ବହୁ ଦିନ ପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ବଜାର ଖୋଲିବା ଦ୍ୱାରା କେତେକ ସ୍ଥାନରେ ଭିଡ଼ ପରିଲକ୍ଷିତ ହୋଇଥିଲା। ହେଲେ ଏନ.ଏ.ସି ତରଫରୁ କୋଭିଡ଼ ନିୟମ ଉଲଂଘନ କରୁଥିବା ଦୋକାନୀଙ୍କ ବିରୁଦ୍ଧରେ ଅର୍ଥ ଦଣ୍ଡ କି ଦୋକାନ ସିଲ ଭଳି ପଦକ୍ଷେପ ଗ୍ରହଣ କରା ନଯାଇ ପୁରା ସହରକୁ ସଟ ଡାଉନ ଘୋଷଣା କରାଯାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ହେଲା ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଚଢା ଦରରେ ଜିନିଷ କିଣି ଅସୁବିଧାରେ ଦିନ କାଟୁଥିବା ବେଳେ ଏଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.