ବାଲିଗୁଡା,୦୪/୦୩(ପିପିଟି):ମାର୍ଚ୍ଚ ପହିଲା ଠାରୁ ହିଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ଉତ୍କଟ ରୂପ ନେଲାଣି । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ ଏବେ ଠାରୁ ହିଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ୧୧ପଞ୍ଚାୟତ ରେ ଉତ୍କଟ ହେଲାଣି ପାଣି ସମସ୍ୟା। ଏଠାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସ୍ଥାଣୁ ପାଲଟି ଯାଇଛି କହିଲେ ଅତିୟୁକ୍ତି ହେବ ନାହିଁ । ନା ଯନ୍ତ୍ରୀ ନା ସହକାରୀ ଯନ୍ତ୍ରୀ କାହାର ବି ଦେଖା ମିଳୁନି। ଲୋକେ ବ୍ଲକ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ସବୁ ସ୍ଥାନକୁ ଯାଇ ପାଣି ସମସ୍ୟା ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରୁଛନ୍ତି। ଲୋକେ ଶୁଦ୍ଧ ପାନୀୟ ଜଳ ନ ପାଇ ଶେଷରେ ଚୁଆଁ, ପୋଖରୀ ନାଳ ଉପରେ ନିର୍ଭର କରି ବିଶୁଦ୍ଧ ପାଣି ନ ପାଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଭଳି ବହୁ ଗାଁ ରହିଥିବା ବେଳେ। ତୁମୁଡିବନ୍ଧ ପଞ୍ଚାୟତର ଅଧିନରେ ରହିଥିବା ଡଡଙ୍ଗ ଗାଁ ଲୋକ ଏଭଳି ପାଣି ନ ପାଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଁ ରେ ଏକ ସୌରଚଳିତ ଜଳଯୋଗାଣ ଯୋଜନା ରେ ଏକ ପ୍ରକଳ୍ପ ହେଇଥିବା ବେଳେ ବର୍ଷ ବର୍ଷ ଧରି ଅଚଳ ପଡ଼ିଛି କେହି ଜାଣି ମଧ୍ୟ ତାହାକୁ ସଜାଡିବାକୁ ଆସୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗାଁ ରେ ୩୦ ଆଦିବାସୀ ପରିବାର ରହୁଥିବା ବେଳେ ଗାଁ ରେ ଦୁଇଟି ନଳକୂପ ଖୋଲାଯାଇଛି କିନ୍ତୁ ଗୋଟିଏ ହିଁ ବ୍ୟବହାର ଯୋଗ୍ୟ ଥିବା ବେଳେ ଅନ୍ୟଟି ଦୀର୍ଘ ଦିନ ହେଲା ଅକାମୀ ହୋଇ ପଡିଥିବା ବେଳେ ତାହାକୁ ସଜଡ଼ା ଯାଉ ନାହିଁ ପଞ୍ଚାୟତ ଠାରୁ ବ୍ଲକ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଗ୍ରାମବାସୀ। ତେବେ କେବେ ଲୋକେ ସରକାରଙ୍କ ପାନୀୟ ପ୍ରକଳ୍ପର ସୁବିଧା ପାଇପାରୁଛନ୍ତି ଦେଖିବାକୁ ବାକି ରହିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Next Post