ସୌଖିନ ଓ ପ୍ରେମ ପାଇଁ ଡକାୟତି ଯୋଜନା :ଏସଡିପିଓ ।

0 354

ବାଲିଗୁଡା,୨୦/୦୫(ପିପିଟି): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ସମେତ ୫୯ନଂ.ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ୬ଲକ୍ଷ ଟଙ୍କାର ମଦ ଲୁଟିବା ପରେ ପୁଲିସ ଆରମ୍ଭ କରିଥିଲା ଷ୍ଟ୍ରିଙ୍ଗ ଅପରେସନ । ପୁଲିସ ଜାଣିସାରିଥିଲା କି ଏହି ମଦ ଦୋକାନ ଲୁଟରେ ଯୁବ ଲୁଟେରା ଗ୍ୟାଙ୍ଗର ସଦସ୍ୟ ରହିଛନ୍ତି। ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ ଏହି ଅପରେସନ ର ମଙ୍ଗଧରିଥିଲେ । ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମହିଳା ର ସହାୟତା ରେ ସେମାନଙ୍କ ନିକଟରେ ପହଞ୍ଚି ପାରିଥିଲା ପୁଲିସ ସେମାନଙ୍କୁ ଗିରଫ ପରେ ଡକାୟତି ପଛରେ ସୌଖିନ ମୋବାଇଲ, ଡ୍ରେସ, ଗାଡି ସାଙ୍ଗକୁ ନୂଆନୂଆ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ୟୋସ କରିବା ଏମାନଙ୍କ ନିଶା ଏଥି ପାଇଁ ଦରକାର ହେଉଥିବା ଅର୍ଥ ପାଇଁ ସେମାନେ କରୁଥଲେ ବିଭିନ୍ନ ସ୍ଥାନରେ ଡକାୟତି ବୋଲି ପୁଲିସ ସମ୍ମୁଖରେ କହିଥିବା ବିଷୟ ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଏହି ଯୁବ ଲୁଟେରା ଗ୍ୟାଙ୍ଗରେ କେବଳ ଏହି, ୧୦ଜଣ ଯୁବକ ନୁହନ୍ତି ଆହୁରି ଯୁବକ ରହିଥିବା ପୁଲିସ ନିକଟରେ ତଥ୍ୟ ରହିଛି। ସେମାନେ ମୁଖ୍ୟତଃ ତୁମୁଡିବନ୍ଧ, ବାଲିଗୁଡ଼ା, କଳାହାଣ୍ଡି ଓ ରାମପୁର ଥାନା ଅଞ୍ଚଳରେ ଲୁଟ କରୁଥିବା ବେଳେ ସ୍ଥାନ ବଦଳାଉଥିଲେ ଓ ଏକାଧିକ ଝିଅଙ୍କୁ ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇ ଆସୁଥିଲେ ବୋଲି ଶ୍ରୀପୂଜାରୀ କହିଛନ୍ତି।
(ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.