ସେବା ସମବାୟ ସମିତି ନିର୍ବାଚନ ; ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ବିଜେଡ଼ି ଦଖଲରେ ।

0 269

ବେଲଗୁଣ୍ଠା,୨୬/୦୬(ପିପିଟି): ବେଲଗୁଣ୍ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଭଳି ସମବାୟ ସମିତି ନିର୍ବାଚନରେ ମଧ୍ୟ ବିଜେଡ଼ି କରିଛି ବାଜିମାତ୍ । ଦୀର୍ଘ ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ଆସିଛି ବିଜେଡ଼ି ଦଖଲକୁ । ଆଗକୁ ସମବାୟ ସମିତି ସଭାପତି ନିର୍ବାଚନ ଥିବା ବେଳେ ବେଲଗୁଣ୍ଠାର ନଅ ଜଣ ବିଜେଡ଼ି ସମର୍ଥିତ ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ସେମାନେ ହେଲେ ଦେବରାଜ ଖଣ୍ଡୁଆଳ, ଏ. ମନୋଜ କୁମାର ପାତ୍ର, ସିଏଚ୍ ସନ୍ତୋଷ କୁମାର ସୁବୁଦ୍ଧି, ସୁବାଷିନୀ ବେହେରା, ପ୍ରଭାକର ଜେନା, ରାଧାକୃଷ୍ଣ ସ୍ୱାଇଁ, ଜାନକୀ ନାଇକ, ନମିତା ଜେନା ଏବଂ ଏକାଦଶୀ ସାହୁ । ଏହି ନଅ ଜଣ ନିର୍ଦ୍ଦେଶକ ଭାବେ ନାମାଙ୍କନ ଦାଖଲ କରିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନାମାଙ୍କନ ବେଳେ ନଗରପାଳ ଫିରୋଜ କୁମାର ସେଠୀ, ପୂର୍ବତନ କାଉନସିଲର୍ ସିଏଚ୍ ଲିଙ୍ଗରାଜ ପାତ୍ର, କାଉନସିଲର୍ ଦିଲ୍ଲୀପ୍ ଆଚାରୀ, ଦିବ୍ୟରଞ୍ଜନ ଦାଶ , ବିଶ୍ଵନାଥ ଦଳାଇଙ୍କ ସମେତ ବିଜେଡ଼ି କର୍ମୀ ଟୁଲୁ ଆଚାର୍ଯ୍ୟ, ସରୋଜ ବେହେରା, ପଞ୍ଚାନନ ସାହୁ ,ସୁରେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.