ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସଫଳ କରିବା ପାଇଁ ସିପିଆଇ ଓ କୃଷକ ସଭା ପକ୍ଷରୁ ପଥପ୍ରାନ୍ତ ସଭା ।

0 285

ଏରସମା,୨୫/୦୯(ପିପିଟି): ଶନିବାର ଦିନ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ସିପିଆଇ ଏରସମା ଜୋନ ସହ -ସମ୍ପାଦକ ସର୍ବେଶ୍ୱର ବେଉରା, ବାଲିତୁଠ ଜୋନ ସମ୍ପାଦକ ପ୍ରଫୁଲ୍ଲ ଦାସ କୃଷକ ନେତା ତଥା ପୂର୍ବତନ ଏରସମା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସଫଳ କରିବା ପାଇଁ ଏରସମା ବ୍ଲକରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଯାଇଛି । ନୁଆଁଗାଁ ଛକ, ବାଲିତୁଠ ଛକ, ଚଟୁଆ ଛକ, ଏରସମା ବଜାର, ଗଡା଼ବିଶୁନପୁର ହାଟ, ଓଲରା ହାଟ, ଗଡ଼ହରିଶପୁର ଛକ,ଗୋଡା ଛକ, ଜାନକାଦେଇପୁର ଛକ,ପଞ୍ଚପଲ୍ଲୀ ଛକ,ସୋମପୁର ଛକ ଓ ଢ଼ିଅସାହି ହାଟ ଠାରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଥିଲା । କୃଷି ବିରୋଧୀ ୩ଟି କଳା କୃଷି ଆଇନ ପ୍ରତ୍ୟାହାର, ନୂତନ ବିଦ୍ୟୁତ ସଂଶୋଧନ ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ପ୍ରତ୍ୟାହାର, ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଭାବେ ଘୋଷଣା, ଚାଷୀକୁ ଏକର ପିଛା ୨୦୦୦୦ କ୍ଷତିପୂରଣ,ସମସ୍ତ ପ୍ରକାର କୃଷି ଋଣ ଓ ଏସଏସଜି ମାନେ ନେଇଥିବା ଋଣ ଛାଡ଼, ଚିଙ୍ଗୁଡ଼ି ଚାଷୀ ମାନଙ୍କୁ କ୍ଷତିପୂରଣ ଓ ଫାଇନାନ୍ସ କମ୍ପାନୀ ଦାନା, ମେଡ଼ିସିନ ଇତ୍ୟାଦି ଆକାରରେ ଦେଇଥିବା ଅର୍ଥ ଛାଡ଼ ଇତ୍ୟାଦି ଦାବି ନେଇ ଆସନ୍ତା ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ନେତାମାନେ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ଅମରେନ୍ଦ୍ର ଦାସ, ଲଷ୍ମୀଧର ମହାପାତ୍ର , ବାସୁଦେବ ଖଣ୍ଡୁଆଳ,ଯୁବ ନେତା ପ୍ରଭଞ୍ଜନ ରାଉତ, ନୃସିଂହ ସ୍ୱାଇଁ, ପ୍ରହଲ୍ଲାଦ ଖଟୁଆ,କାହ୍ନା ସେନାପତି, ବିଜୟ ବେହେରା, ଶ୍ରୀକାନ୍ତ ସ୍ୱାଇଁ,ମହେନ୍ଦ୍ର ଜେନା ପ୍ରମୁଖ ପଥପ୍ରାନ୍ତ ସଭାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.