ମାଲକାନଗିରି,୦୧/୧୧(ପିପିଟି):ମାଲକାନଗିରି ଜିଲ୍ଲାରେ ହାଇଦ୍ରାବାଦର ଜିଭିପିଆର ନାମକ କମ୍ପାନୀ ଗାଁ ଗାଁକୁ ଜଳ ଯୋଗାଣ କାର୍ଯ୍ୟ କରୁଥିବା ବେଳେ ଏହି କମ୍ପାନୀ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଜଳ ଯୋଗାଣ ନିମନ୍ତେ ବ୍ୟବହାର ହେଉଥିବା ସାମଗ୍ରୀ ରଖୁଥିଲା । ତେବେ ଏହି କ୍ୟାମ୍ପର ତଦାରଖ କରିବା ପାଇଁ କିଛି ସିକୁରୀଟି ଗାର୍ଡ ଆବଶ୍ୟକ ଥିବାରୁ ସୂରିୟା ସିକୁରୀଟି ନାମକ ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲା ।ଗତ ୨୦୧୭ ମସିହାରେ ସୂରିୟା କମ୍ପାନୀ ଦ୍ୱାରା କିଛି ଯୁବକ ଏହି ସିକୁରୀଟି କାମରେ ନିୟୋଜିତ ହୋଇଥିଲେ । ସେମାନଙ୍କୁ ଚାକିରି ଦେବା ପୂର୍ବରୁ ସେମାନଙ୍କ ଠାରୁ ୨୦ ରୁ ୩୦ ହଜାର ଟଙ୍କା ସିକୁରୀଟି ବାବଦରେ ନେଇଥିଲେ ସୂରିୟା କମ୍ପାନୀ । ଏଥିସହ ପ୍ରତି ମାସରେ ଇପିଏଫ ବାବଦରେ ମଧ୍ୟ ଦରମାରୁ କିଛି ଟଙ୍କା କାଟୁଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ୮ ମାସ ହେବ କମ୍ପାନୀ ସେମାନଙ୍କୁ ଦରମା ଦେଉ ନାହିଁ । ଏଥିସହ ସୂରିୟା କମ୍ପାନୀ ବଦଳରେ ଜଗନ୍ନାଥ ସିକୁରୀଟି ଗାଡ଼ କମ୍ପାନୀକୁ ଦାୟିତ୍ୱ ଦିଆ ହୋଇଥିବା ସେମାନେ ଜାଣିବା ପରେ ଚିନ୍ତାରେ ପଡିଯାଇଛନ୍ତି । ତେଣୁ ସେହି ସୂରିୟା ସିକୁରୀଟିରେ କାର୍ଯ୍ୟ କରୁଥିବା ୧୬ ଜଣ କର୍ମଚାରୀ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି। ସିକୁରୀଟି ଡିପୋଜିଟ୍ କରିଥିବା ଟଙ୍କା, ୮ ମାସର ଦରମା ଓ ଇପିଏଫ ବାବଦରେ କଟା ହୋଇଥିବା ଟଙ୍କା ପ୍ରଦାନ କରିବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଏହି ଯୁବକ ମାନେ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post