ସୁଲେଇପାଟ ଲୌହଖଣି ଚାଲୁ କରିବା ପାଇଁ ବୈଠକ ଅନୁଷ୍ଠିତ ।

0 152

ରାଇରଙ୍ଗପୁର,୨୯/୧୦(ପିପିଟି); ମୟୁରଭଞ୍ଜ ଜିଲ୍ଲା ବୃହତ ଲୈହ ଖଣି ସୁଲେଇପାଟ,ଗୋରୁମହିଷାଣୀ,ବାଦାମପାହାଡ ଖଣି ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ହେବ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ଫଳରେ ଖଟିଖିଆ ଦିନ ମୁଜୁରିଆ କୋବିଡ୍ – ୧୯ ଯୋଗୁଁ ଗରୀବ ଆଦିବାସୀ ଲୋକଙ୍କ ପାଖରେ ଆର୍ଥିକ ଅନାଟନ ଦେଖା ଦେଇଛି । ଗଣ୍ଡେ ଖାଇବା ଓ ପିନ୍ଧିବା ପାଇଁ ରୋଜଗାରର ପନ୍ଥା ଲୌହ ଖଣି ଛଡା ଆଉ କୌଣସି ବିକଳ୍ପ ପନ୍ଥା ନାହିଁ । ରୋଜଗାର ପାଇଁ ଲୋକେ ଗାଁ ଛାଡିବା ସହ ଦାଦନ ଖଟିବାକୁ ଯାଉଛନ୍ତି । ଯଦି ଖଣି ନ ଚାଲେ ତେବେ କୁସୁମୀ ବ୍ଲକର ଗରୀବ ଆଦିବାସୀ ମାନଙ୍କର ଗାଁ ଛାଡିବା ଛଡା ଆଉ କିଛି ବାଟ ନାହିଁ । ହୁଏତ ୨୦୨୧ ବେଳକୁ ଗାଁ ଜନ ଶୂନ୍ୟ ହୋଇପାରେ ବୋଲି ଆଲୋଚନା ହେଉଛି । ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାର ସୁଲେଇପାଟ ଲୌହଖଣି ସରକାର ଚଳାଇବା ପାଇଁ ଆଗଭର ଓ ପ୍ରୟାସ କଲେ ନୀରିହ ଗରିବ ଲୋକେ ଦି ମୁଠା ଖାଇବା ପାଇଁ ପାଇବେ ବୋଲି ସରକାରଙ୍କ ନିର୍ଦ୍ଦେଶକୁ ଆପେକ୍ଷା ରହିଛନ୍ତି ।
( ରିପୋର୍ଟ୍- ଶିବ ଦାସ ମହାନ୍ତ ।)

Leave A Reply

Your email address will not be published.