ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

0 261

ମାଲକାନଗିରି,୦୬/୦୨(ପିପିଟି): ମାଲକାନଗିରି ସଦର ମହକୁମା ସ୍ଥିତ ଗୀତ ଗୁଞ୍ଜନ କଲଚୁରାଲ ସୋସାଇଟି ତରଫରୁ ଭାରତ ରତ୍ନ ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଛି । ତାଙ୍କ ବିୟୋଗରେ ସଂଗୀତ ଜଗତରେ ଏକ ମହାଶୂନତା ଦେଖାଦେଇଛି ।ଏହି ପରି ପ୍ରକ୍ଷୀରେ ଗୀତ ଗୁଞ୍ଜନ କଲଚୁରାଲ ସୋସାଇଟର କଣ୍ଠ ଶିଳ୍ପୀ ଏବଂ ସଂଗୀତକାରମାନେ ଏକ କ୍ଯାଣ୍ଡେଲ ଶୋଭା ଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ ।ପରେ ଡିପିଇପି କାର୍ଯ୍ଯାଳୟ ପାର୍ଶ୍ବ ପଥ ପ୍ରାନ୍ତରେ ସମାବେଶ ହୋଇ ସର୍ବ ସାଧାରଣ ଜନତା ତାଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ଏହି କାର୍ଯ୍ଯକ୍ରମରେ ଉତ୍କଳ ସାହିତ୍ଯ ସଂସଦ ସଭାପତି କବି କେଶବ ଚନ୍ଦ୍ର ନାୟକ,ଶ୍ଯାମ ସୁନ୍ଦର ନାୟକ,ଆଲୋକ ସାହୁ,ସଞ୍ଜୟ ମାଲାକାର,ଶଙ୍କର କ୍ଷିତି ,ବନମାଳି କୁମାର,ଦୀପକ ନାୟକ,ରଜନୀ ଦିଗାଲ,କାଳିଆ ସୁନାନୀ,ବିଜୟ କ୍ଷିତି,ସୁନୀଲ ସାବତ,ଶାନ୍ତି କିରଣ ମହାନ୍ତି,ସିଏଚ ସୌମ୍ଯ ରଞ୍ଜନ, ଅଧ୍ଯାପକ ଡ.ରଞ୍ଜନ କୁମାର ସ୍ବାଇଁ, ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ ପ୍ରମୁଖ ଯୋଗଦେଇ ଭାରତ ରତ୍ନ ,ପଦ୍ମ ବିଭୂଷଣ, ପଦ୍ମଭୂଷଣ,ସୁର ସାମ୍ରଜ୍ଞୀ,ଭାରତର ନାଇଟୟେଙ୍ଗଲ ଲତା ମଙ୍ଗେସକରଙ୍କ ସ୍ମୃତି ଚାରଣ କରିଥିଲେ । ଲତା ମଙ୍ଗେସକର ୨୮ ସେପ୍ଟେମ୍ବର ୧୯୨୯ ମସିହାରେ ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ ଆଜି ମୁମ୍ବାଇର ବ୍ରିଚ କ୍ଯାଣ୍ଡି ହସରିଟାଲରେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ସେ ୯୨ ବୟସରେ ଇହଧାମ ତ୍ଯାଗ କରିଥିଲେ । ତାଙ୍କ ଜୀବ ଦଶାରେ ହଜାର ହଜାର ସଂଖ୍ଯାରେ ସୁଲଳିତ କଣ୍ଠରେ ଗୀତ ଗାଇ ସାରା ବିଶ୍ବରେ ବିସ୍ମୟ ସୃଷ୍ଟି କରିଥିଲେ । ଏଥି ପାଇଁ ସମଗ୍ର ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.