ସୁରତରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ବସରେ ମୃତ୍ୟୁ ।

0 1,274

ଶେରଗଡ,(ପିପିଟି)୦୨/୦୫ ,କୋରୋନା ଭାଇରସ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରାକର ଲାଗିପଡିଥିବା ବେଳେ ପ୍ରାବସୀ ଓଡିଆ ମାନେ ମଧ୍ୟ ନିଜ ନିଜ ଅଞ୍ଚଳକୁ ଗାଡି ଭଡା କରି ଫେରିବାରେ ଲାଗିଛନ୍ତି । ହେଲେ ଏହାରି ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗଲା ଦୁଇ ଦିନ ତଳେ ସୁରତରୁ ବାହାରିଥିବା ଏକ ବସରେ ୫୫ ପ୍ରବାସୀ ଓଡିଆଙ୍କୁ ଧରି ଘର ବାହୁଡା ଯାତ୍ରା ଆରମ୍ଭ କରିଥିଲା । ସମସ୍ତ ପ୍ରବାସୀ ଓଡିଆ ଗଞ୍ଜାମ  ଜିଲ୍ଲାର ବିଭିନ୍ନ ଅଂଚଳର ହୋଇଥିବା ବେଳେ ସୋରଡା ସୁରମଣି ଗ୍ରାମ ପଂଚାୟତର ନାରାୟଣପୁର ଗାଁ ପ୍ରକାଶ ଗୌଡ ମଧ୍ୟ ଫେରୁଥିଲେ । ହେଲେ କିନ୍ତୁ ଚଳନ୍ତା ବସରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ତେବେ ସୂଚନା ମୁତାବକ ଛତିଶିଗଡ ପୋଲିସ ମଧ୍ୟ ଗାଡିକୁ ଅଟକ ରଖିବା ସହ ଶବ ବ୍ୟବଛେଦ କରି ସଂସ୍କାର କରି ଦେଇଥିବା ସୂଚନା ମିଳିଛି । ଏପଟେ ଘଟଣା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ପ୍ରକାର ସ୍ଵୀକାର କରିଥିବା ବେଳେ ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। 
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.