କୋଦଳା,୨୨/୦୧(ପିପିଟି); ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣ ଚାଲୁ ରହିଅଛି । ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ସୁମଣ୍ଡକ ଚିକିତ୍ସା ଅଧିକାରୀ ଡ଼ଃ.ରାଜେନ୍ଦ୍ର କୁମାର ପ୍ରଧାନ,କୋଦଳା ସିଏଚସି ଅଧିକାରୀ ଡା. ସୁଜିତ ବେହେରାଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଟୀକା କରଣ କାର୍ଯ୍ୟକ୍ରମ ରେ ସୁମଣ୍ଡଳ ଓ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଜାନୁଆରୀ ୧୬ ତାରିଖ ରେ ବିଧାୟିକା ଲତିକା ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ୧୦୦ ଯୋଦ୍ଧାଙ୍କୁ ଟୀକାଦାନ କରାଯାଇଥିଲା । ଶୁକ୍ରବାର ପୁଣି ୧୫୦ ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯାଇଥିବା ଜଣାପଡିଛି । ଯୋଦ୍ଧା ମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ, ସହାୟିକା, ସ୍ୱାସ୍ଥ୍ୟକର୍ମୀ, ଆଶା ପ୍ରମୁଖ ସାମିଲଥିଲେ । ଏମାନଙ୍କୁ ଦ୍ଵିତୀୟ ଟୀକା ୨୧ ଦିନ ପରେ ଦିଆଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)