ଉଲୁଣ୍ଡା,୧୫/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୭ ରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ସୁଶୀଲ ମେହେର ଅଭିନୟ କରିବା ପାଇଁ କମିଟିର ସଦସ୍ୟ ମାନେ ତାଙ୍କ ବାସ ଭବନକୁ ଯାଇ ରୀତିନୀତି ଅନୁସାରେ ଗୁଆ ନଡ଼ିଆ ଉପଢୌକନ ଦେଇ ବରଣ କରିଥିଲେ । ଏହି ଧନୁଯାତ୍ରା ମହୋତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର, ଅପେରା ଓ ସମ୍ବଲପୁର ମେଲଡି କାର୍ଯ୍ୟକ୍ରମ ହେବାର ରହିଛି । ବାବା ଅବଧୂତ ସାଂସ୍କୃତିକ ସଂଘର ସଭାପତି ରାଜେଶ କୁମାର ସେଠୀ, ସମ୍ପାଦକ ସୁଦାମ ମେହେର, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର,ଟୁନା ଅଧିକାରୀ, ଦୋଳଗୋବିନ୍ଦ ବେହେରା,ନିରଞ୍ଜନ ବେହେରା, ପ୍ରକାଶ ଅଧିକାରୀ ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା କଂସ ବରଣ ସମୟରେ ଉପସ୍ଥିତ ରହିଥିଲେ।
(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)