ସୁବର୍ଣ୍ଣପୁର ରେ ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ।

0 234

ସୁବର୍ଣ୍ଣପୁର,୨୭/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ସାଂସଦ ବାଲାଙ୍ଗୀର ସଂଗୀତା କୁମାରୀ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ, ସୁବର୍ଣ୍ଣପୁର ଅଵୋଲୀ ସୁନିଲ ନରୱଣେ ସ୍ୱାଗତ ବକ୍ତବ୍ୟ ରଖିବା ସହିତ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପରେ ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକରେ ଆଲୋଚନା ନିମନ୍ତେ ବିଷୟ ବସ୍ତୁ ଉପସ୍ଥାପନ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଳା ପରିବହନ ବିଭାଗ ତରଫରୁ ନିଆଯାଇଥିବା ସଡ଼କ ସୁରକ୍ଷା ଓ ତାର ପ୍ରତିକାର ତଥା ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ପରିବହନ ଓ ସଡକ ସୁରକ୍ଷା ସଂକ୍ରାନ୍ତୀୟ ଯୋଜନା, ବିଭିନ୍ନ ଆଇନ ସମ୍ୱନ୍ଧୀୟ ସୂଚନା ଓ କାର୍ଯ୍ୟକାରିତା ଉପରେ ବୈଠକରେ ବିସ୍ତୃତ ବିବରଣୀ ପ୍ରଦାନ କରଥିଲେ । ସେ ବିଶେଷ କରି ସଡକ ସୁରକ୍ଷା ଯୋଜନା ଉପରେ ଉତ୍ତମ ସମରୀୟ ନୀତି, ସୋଲାଟିୟମ୍ ସ୍କିମ୍,ରକ୍ଷକ ଯୋଜନା ପ୍ରଭୁତି ର ପ୍ରାଞ୍ଜଳ ଭାବେ ବୈଠକରେ ସୂଚନା ଦେଇଥିଲେ । ସଡ଼କ ଦୁର୍ଘଟଣାକୁ ରୋକିବା ସହ ସୁଗମ ଯାତାୟାତ ନିମନ୍ତେ ସୋନପୁର ସହରରେ ଦୁଇଟି ରୋଡ୍ ଟ୍ରାଫିକ୍ ସିଗନାଲ୍ ଲାଇଟ୍ ସିଷ୍ଟମ୍ ଗୋଟିଏ ବ୍ଲକ୍ ଛକ ଏବଂ ଗୋଟିଏ ନଲିନୀ ଛକ ଠାରେ ସ୍ଥାପନ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ପୁନଶ୍ଚ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଟ୍ରମା କେୟାର ସେଣ୍ଟର କରିବାକୁ ବୈଠକରେ ଆଲୋଚନା କରାଯାଇଛି । ଜିଲ୍ଲାରେ ଯଦିଓ ସଡ଼କ ଦୁର୍ଘଟଣା ଆଗ ତୁଳନାରେ କମ ରହିଛି ତଥାପି ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ବ୍ୟାପକ ସଚେତନତା କରାଯିବ ସହ ଯାତାୟାତକୁ ଜାତୀୟ ରାଜପଥ ହେଉ ବା ରାଜ୍ୟ ରାଜପଥରେ ସୁଗମ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସଡକ ଦୁର୍ଘଟଣା ହ୍ରାସ ତଥା ସଡକ ସୁରକ୍ଷା ଆଇନ ଏବଂ ନିୟମ ବିଷୟରେ ସଚେତନତା ପାଇଁ ନିଆଯାଇଥିବା ବିଭିନ୍ନ ସମୁଚିତ ପଦକ୍ଷେପ ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅଧ୍ୟକ୍ଷl ପ୍ରଶଂସା କରିବା ସହ ଆନନ୍ଦ ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସୁବର୍ଣ୍ଣପୁର ନିହାର ରଞ୍ଜନ କଁହର, କମିଟିର ସଦସ୍ୟ ସଦସ୍ୟା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.