ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷାସେତୁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ ।

0 224

ସୁବର୍ଣ୍ଣପୁର,୨୪/୦୭(ପିପିଟି);ସୁବର୍ଣ୍ଣପୁର ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସୋନପୁର ସହରର ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସାମ୍ପ୍ରତିକ ସମୟରେ ସମସ୍ତ ସ୍କୁଲ ବନ୍ଦ ଯୋଗୁଁ ଛାତ୍ର ଛାତ୍ରୀ ବିଭିନ୍ନ ସମସ୍ୟା ହେତୁ ସ୍ୱାଭାବିକ ଦୈନନ୍ଦିନ ଶିକ୍ଷା ପାଇପାରୁ ନାହାନ୍ତି । ଏଣୁ ଏହି ଶିକ୍ଷା ସେତୁ କାର୍ଯ୍ୟକ୍ରମ ଜରିଆରେ ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କ ଘରକୁ ଘର ଯାଇ ଉଦ୍ଦିଷ୍ଟ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କୁ ଆବଶ୍ୟକ ପରାମର୍ଶ ଦେବେ ଯାହାଦ୍ୱାରା ଶିକ୍ଷାରୁ ବଞ୍ଚିତ ଘରେଥିବା ପିଲାମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ନ ହୋଇ ସେମାନେ ବୌଦ୍ଧିକ, ମାନସିକ, ନୈତିକ ଓ ବିଶେଷ କରି ଦୈନନ୍ଦିନ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବାପନ୍ନ ସହ ଆଗକୁ ବଢ଼ିପାରିବେ ବୋଲି କହିବା ସହ ଏଥି ନିମନ୍ତେ ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ଏହି ଅବସରରେ ବିଭାଗ ତରଫରୁ ପିଲାଙ୍କ ଶୈକ୍ଷିକ ବିକାଶକୁ ପରୀକ୍ଷା କରିବା ନିମନ୍ତେ ପ୍ରସ୍ତୁତ ପ୍ରଶ୍ନlବଳୀ ପୁସ୍ତିକାକୁ ଅନାବରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରେ ଶିକ୍ଷା ଜିଲ୍ଲାର କ୍ଲଷ୍ଟର ସ୍ତରରେ ୨ ଟି ଲେଖାଏଁ ସମୁଦାୟ ୧୮୪ ପ୍ରାଥମିକ ବିଦ୍ୟାଳୟ ଓ ୧୧ ଟି ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି । କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତିକୁ ଜାଣିବା ନିମନ୍ତେ ପ୍ରତି ପନ୍ଦର ଦିନରେ ସମୀକ୍ଷା କରାଯିବା ସହ ଗ୍ରାମ ସ୍ତରରେ ଶିକ୍ଷାର ଉପାଦେୟତା ଓ ବର୍ତ୍ତମାନ ସ୍ଥିତିରେ ଆମର ସାମୂହିକ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଅଭିଭାବକଙ୍କୁ ନେଇ ସଚେତନତା ବୈଠକ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସ୍ୱାଗତ ବକ୍ତବ୍ୟ ଦେଇ କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.