ସୁନା ସଫା କରିବା ଆଳରେ ଲୁଟିନେଲେ ଦୁର୍ବୁତ୍ତ ।

0 635

ଭଞ୍ଜନଗର,୧୨/୦୩(ପିପିଟି); ସ୍ପଷ୍ଟ ଦିବଲୋକ ରେ ଭଞ୍ଜନଗର ସହର ଭେଜିପୁଟ ବାଲି ସାହି ରେ ଲୁଟର ଶିକାର ହୋଇଛନ୍ତି ଜଣେ ମହିଳା। ୨ଜଣ ଯୁବକ ବାଇକ୍ ରେ ଆସି ଏକାକୀ ରହୁଥିବା ରେଣୁ ଭୂୟାଁ (୩୮) ନାମକ ଜଣେ ମହିଳାଙ୍କ ଘରକୁ ଯାଇ ସୁନାରୂପା ଆଦି ଗହଣା ସଫା କରିଦେବା ପାଇଁ ମାଗିଥିଲେ। ସେମାନଙ୍କ କଥାକୁ ବିଶ୍ୱାସ କରି ରେଣୁ ଗୋଟିଏ ସୁନା ଚେନ ଓ ୨ଟି ସୁନା କାନଫୁଲ ସଫା କରିଦେବା ପାଇଁ ଦେଇଥିଲେ। ହେଲେ ସେସବୁକୁ ସଫା କରିବା ବାହାନାରେ ଆଖି ପିଛୁଳାକେ ୨ଲୁଟେରା ସେଠାରୁ ବାଇକ୍ ଧରି ଚମ୍ପଟ ମାରିଥିଲେ। ରେଣୁର ଚିତ୍କାର ଶୁଣି ସାହି ପଡିଶା ଲୋକେ ଆସି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ ସୂଚନା ପାଇପାରି ନଥିବା ଜଣା ପଡିଛି। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକେ ସଚେତନ ହେଉ ନ ଥିବାରୁ ଏଭଳି ଠକାମୀର ଶିକାର ହେଉଥିବା ଦେଖଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.