ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ।

0 248

ବ୍ରହ୍ମପୁର , ୧୨/୦୭ (ପିପିଟି): ଗଞ୍ଜାମ ଜିଲ୍ଲା ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ଅବସରରେ ବିଦ୍ୟାଳୟ ଇକୋ କ୍ଳବ ଓ ବନ ବିଭାଗ ତରଫରୁ ବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଆଲୁମିନି ଶ୍ରୀ କାମେଶ୍ୱର ବିଶ୍ୱାଳ, ଫରେଷ୍ଟର ଶ୍ରୀ ବାବୁ ସେଠୀ, ଇକୋ କ୍ଳବର ସଂଯୋଜକ ଡ଼ ଶଙ୍କର ବେଜ, ବିଦ୍ୟାଳୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାରଣା, ବିଦ୍ୟାଳୟ ପରିଚାଳନା ସଦସ୍ୟ ସଦସ୍ୟା , ବନ ବିଭାଗ କର୍ମଚାରୀ ପ୍ରଭୁତି ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିବା ସହ ଚାରାରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରଞ୍ଜନ ପଣ୍ଡା ପ୍ରତିବର୍ଷ ଏହିଭଳି କାର୍ଯ୍ୟକ୍ରମକୁ କରି ଆସୁଥିବା କଥା ସମସ୍ତ ଅତିଥି ହୃଦବୋଧ କରି ଆଗକୁ ଏମିତି କାର୍ଯ୍ୟ କରି ପିଲାଙ୍କ ପାଇଁ ଆଦର୍ଶ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁ. ସୁଲତା ପାତ୍ର, ରୀନା ପାତ୍ର, ପଦ୍ମାବତୀ ସାହୁ, ଏମ୍. ଗୌରୀରାଣୀ, ଶୁଚିସ୍ମିତା ମିଶ୍ର, ମଧୁସ୍ମିତା ଦାଶ, ମଞ୍ଜୁଲତା ବେହେରା, କଳ୍ପନା ବାରିକ, ସ୍ନେହଲତା ଡାକୁଆ, ଶୁଭାଙ୍ଗି ମୁଣ୍ଡ ସହ ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅଂଶ ଗ୍ରହଣ ଓ ପରିଚାଳନା କରିଥିଲେ ।

ରିପୋର୍ଟ -ଆରତ କୁମାର ହୋତା

Leave A Reply

Your email address will not be published.