ସୀମାନ୍ତରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ , ଜଣେ ନକ୍ସଲ ନିହତ ।

0 347

ମାଲକାନଗିରି,୨୩/୦୭(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଛି । ତେବେ ମୃତ ନକ୍ସଲର ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ , ଫୁଲବଗଡ଼ି ଥାନା ଅନ୍ତର୍ଗତ ଗାଁଗୁଡ଼ା ନିକଟସ୍ଥ ପାହାଡ଼ରେ କେରଲାପାଲ ଏରିଆ କମିଟିର ନକ୍ସଲମାନେ କ୍ୟାମ୍ପ କରି ରହିଥିଲେ । ଏହି ସଂପର୍କରେ ବିଶ୍ବସ୍ଥ ସୂତ୍ରରୁ ଖବର ପାଇବା ପରେ ଡିଆରଜି ଏବଂ ସିଆରପିଏଫ ଯବାନମାନେ ଉକ୍ତ ଜଙ୍ଗଲରେ କୁମ୍ବି ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ନକ୍ସଲମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ । ଯବାନ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ଏସପି ସୁନୀଲ ଶର୍ମା କହିଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲର ଶବ ଜବତ କରାଯାଇଥିବା ଏସପି ପ୍ରକାଶ କରିଛନ୍ତି । ତେବେ ମୃତ ନକ୍ସଲର ପରିଚୟ ବର୍ତ୍ତମାନ ପର୍ଯ୍ଯନ୍ତ ମିଳିପାରିନାହିଁ । ଆଉ କିଛି ନକ୍ସଲ ଆହତ ହୋଇଥିବା କଥା ସୁକମା ଏସପି ପ୍ରକାଶ କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାବକାନଗିରି)

Leave A Reply

Your email address will not be published.