ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ୭ମ ରାଜ୍ୟ ସମ୍ମିଳନୀ ଉଦଘାଟନୀ ସମାବେଶ ।

0 259

ବ୍ରହ୍ମପୁର,୦୯/୦୭(ପିପିଟି): ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ୭ମ ରାଜ୍ୟ ସମ୍ମିଳନୀର ୨ୟ ଦିନରେ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଏନ୍ ଜି ଓ ହଲ୍ ଯାହା କମ୍ରେଡ ଶର୍ମିଷ୍ଠା ହଲ୍ ଏବଂ ଗଞ୍ଜାମ ମାଟିର ଲଢୁଆ ପୁଅ କମ୍ରେଡ ଶିବରାମଙ୍କ ନାମରେ ଶିବରାମ ନଗର ଭାବେ ନାମିତ କରି ସମ୍ମିଳନୀ ଆରମ୍ଭ ହୋଇଥିଲା। କମ୍ରେଡ କେ ଏନ ରାମଚନ୍ଦ୍ରନ ପତକା ଉତ୍ତୋଳନ କରି ଶହୀଦ ବେଦୀରେ ପୁଷ୍ପମାଲ୍ୟର୍ପଣ କରାଯାଇଥିଲା । ଉଦଘାଟନୀ ସମାରୋହରେ ବହୁ ବୁଦ୍ଧିଜୀବୀ, କମ୍ୟୁନିଷ୍ଟ ଶକ୍ତି, ଫାସିବାଦୀ ବିରୋଧୀ ମଞ୍ଚ, ବିଭିନ୍ନ ଜନ ଆନ୍ଦୋଳନର ନେତୃତ୍ଵ, ଭାଇଚାରା ସଂଗଠନ, ଶ୍ରେଣୀ ଓ ଗଣ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ । ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ସର୍ବଭାରତୀୟ ସାଧାରଣ ସମ୍ପାଦକ କେ ଏନ୍ ରାମଚନ୍ଦ୍ରନ୍ ନବ୍ୟ ଫାସିବାଦୀ ବୁଲଡୋଜର ରାଜ ବିରୋଧରେ ଜନ ସଂଘର୍ଷକୁ ତେଜୀୟାନ କରିବା ପାଇଁ ଆହ୍ବାନ କରିଛନ୍ତି। ସାଲିସ ବିହୀନ କମ୍ୟୁନିଷ୍ଟ ଶକ୍ତି ଐକ୍ୟବଦ୍ଧ ହୋଇ ଜନ ବିକଳ୍ପ ପ୍ରତିଷ୍ଠା କରିବା କମ୍ୟୁନିଷ୍ଟ ମାନଙ୍କ ଗୁରୁଦାୟିତ୍ଵ। ଏଥିପାଇଁ ଆସନ୍ତା ୨୪ ସେପ୍ଟେମ୍ବର ରୁ ୨୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଦ୍ବାଦଶ ମହା ଅଧିବେଶନରେ ଏକତା ପ୍ରତି ଆମର ଆଭିମୁଖ୍ୟ ଓ ଦାୟିତ୍ଵ ସମ୍ପର୍କରେ ସବିଶେଷ ଆଲୋଚନା ହେବ। ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁଙ୍କ ସଂଚାଳନରେ ଉଦଘାଟନୀ ସମାରୋହରେ ଅଭ୍ୟର୍ଥନା କମିଟି ର ଚେୟାରମେନ ଆଇନଜୀବୀ ଭଗବାନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଜନ ଅଧିକାର ମଞ୍ଚ ର ଯୁଗ୍ମ ସଂଯୋଜକ ତଥା ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ଓ ପି ଡି ଆର ବିବେକ ରଞ୍ଜନ, ସି.ପି.ଆଇ (ଏମ୍ ଏଲ୍) ରେଡ୍ ଷ୍ଟାର ର ପଲିଟ ବ୍ୟୁରୋ ସଦସ୍ୟ ଅଲିକ ଚକ୍ରବର୍ତ୍ତୀ, ଆଇନଜୀବୀ ସୁବ୍ରମଣ୍ୟମ ରାଓ, ଆଦିବାସୀ ଭାରତ ମହାସଭାର ଟୁନା ମଲ୍ଲିକ, ଟି.ୟୁ.ସି.ଆଇ ର ବିଚିତ୍ର ପାତ୍ର, କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ କମିଟି ସଦସ୍ୟ ରମେଶ ପ୍ରଧାନ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ରାଧାରାଣୀ ମହାରଣା, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ରାମଚନ୍ଦ୍ର ବାଡତ୍ୟା, ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଅବନୀ ଗୟା, ମନରେଗା ଶ୍ରମିକ ୟୁନିଅନର ପେଦିନୀ ପାର୍ବତୀ, ଏ ଆଇ ଆର ଏସ୍ ଓ ପ୍ରିୟା ବିଶାଳୀ ଦାଶ, ଜାତିପ୍ରଥା ବିଲୋପ ଆନ୍ଦୋଳନ ର ଗଗନ ଚନ୍ଦ୍ର ମଲ୍ଲିକ, ପୁରୀ ର ଲଢ଼ୁଆ ନେତା କୃଷ୍ଣ ମୋହନ ପ୍ରଧାନ, ବିପ୍ଳବୀ ସାଂସ୍କୃତିକ ମଞ୍ଚର ଅସିମ ଗିରି, ଅଖିଳ ଭାରତ ବିପ୍ଳବୀ ଛାତ୍ର ସଂଗଠନର ଶଶାଙ୍କ ପାତ୍ର, ବସ୍ତି ଆନ୍ଦୋଳନର ଅନ୍ୟତମ ଲଢୁଆ ନେତା ନାରାୟଣ ଲେଙ୍କା, ସଂଗ୍ରାମୀ ଶ୍ରମିକ ୟୁନିଅନର ପି ଯୋଗେନ୍ଦ୍ର, ମୂରଲୀଧର ଭୂୟାଁ ସମ୍ମିଳନୀର ସଫଳତା କାମନା କରିଥିଲେ । ପ୍ରଫେସର ବିଜୟ ବହିଦାର ସମ୍ମିଳନୀ ର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.