ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର, ୭ମ ରାଜ୍ୟ ସମ୍ମିଳନୀ ଉଦଯାପିତ; କମ୍ରେଡ ପ୍ରମିଳା ନୂତନ ରାଜ୍ୟ ସମ୍ପାଦିକା ଭାବେ ନିର୍ବାଚିତ ।

0 300

ବ୍ରହ୍ମପୁର,୧୦/୦୭(ପିପିଟି): ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର, ୭ମ ଓଡ଼ିଶା ରାଜ୍ୟ ସମ୍ମିଳନୀ ଗତ ୮ ଜୁଲାଇ ରୁ ଆରମ୍ଭ ହୋଇ ଆଜି ୧୦ ଜୁଲାଇ ୨୦୨୨ର ଲାଲ୍ ପତକା ଅବତରଣ କରି ତିନି ଦିନିଆ ସମ୍ମିଳନୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ର ସର୍ବଭାରତୀୟ ସାଧାରଣ ସମ୍ପାଦକ କେ ଏନ୍ ରାମଚନ୍ଦ୍ରନ୍ ଲାଲ୍ ପତକା ଅବତରଣ କରି ସମ୍ମିଳନୀର ଉଦଯାପିତ କରିଥିଲେ। ଏହି ସମ୍ମିଳନୀ ୧୧ ଜଣିଆ ରାଜ୍ୟ କମିଟି କୁ ନିର୍ବାଚିତ କରିଛି । କମ୍ରେଡ ପ୍ରମିଳା, ବିବେକ ରଞ୍ଜନ, ହେନା ବାରିକ, ଟୁନା ମଲ୍ଲିକ, ଶଙ୍କର ସାହୁ, ରାଧାରାଣୀ ମହାରଣା, ପେଦିନି ପାର୍ବତୀ, ବିଚିତ୍ର ପାତ୍ର,ଆଜାଦ, ମନୋଜ ମାଣ୍ଡିଙ୍ଗ, ସୀମାଞ୍ଚଳ ଦାଶ ଆଦି ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା ନିଜ ବକ୍ତବ୍ୟରେ ଶ୍ରୀଲଙ୍କା ସମସ୍ୟା ଓ ଶ୍ରୀଲଙ୍କା ବାସୀଙ୍କ ପ୍ରତିରୋଧ ଆନ୍ଦୋଳନରୁ ଶିକ୍ଷା ନେବା ଆବଶ୍ୟକ ନଚେତ୍ ନବ୍ୟ ଫାସିବାଦୀ ବିଜେପି ର ବୁଲଡୋଜର ରାଜ ଆମକୁ ଧୁଳିସାତ କରିଦେବ ସେଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ ଏବଂ ବିପ୍ଳବୀ କମ୍ୟୁନିଷ୍ଟ ଶକ୍ତି ଓ ଫାସିବାଦୀ ବିରୋଧୀ ଶକ୍ତି ଏକଜୁଟ ହୋଇ ବର୍ତ୍ତମାନର ପରିସ୍ଥିତି ମୁକାବିଲା କରିବା ସହ ଭୁଆଁ ବୁଲା ରାଜ୍ୟ ସରକାର ଓ ବିଜେପି ସରକାର ଜନ ବିକଳ୍ପ ନିର୍ମାଣ କରି ଦେଶକୁ ରକ୍ଷା କରିବା ଗୁରୁ ଦାୟିତ୍ବ ଅଟେ ବୋଲି ଆହ୍ବାନ ଦେଇଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ର ପଲିଟ ବ୍ୟୁରୋ ସଦସ୍ୟ ଅଲିକ ଚକ୍ରବର୍ତ୍ତୀ ଏବଂ ସର୍ବଭାରତୀୟ ସାଧାରଣ ସମ୍ପାଦକ କେ ଏନ୍ ରାମଚନ୍ଦ୍ରନ୍ ନିଜ ଉପସଂହାର ବକ୍ତବ୍ୟରେ ଓଡ଼ିଶା ବାସୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ନୂତନ ରାଜ୍ୟ କମିଟି ଦୃଢ଼ ନେତୃତ୍ୱ ଦେବା ପାଇଁ ଆସ୍ଥା ପ୍ରକଟ କରିଛନ୍ତି । ଆସନ୍ତା ୨୪ ରୁ ୨୯ ସେପ୍ଟେମ୍ବର ୨୦୨୨ରେ କେରଳ ର କୋଜିକୋଟ ଠାରେ ଆୟୋଜିତ ହେଉଥିବା ଦ୍ବାଦଶ ମହା ଅଧିବେଶନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ ।

Leave A Reply

Your email address will not be published.