ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ;ପ୍ରକାଶ ପାତ୍ର ସମ୍ପାଦକ, ପ୍ରଦୀପ ଓ ନୀଳକଣ୍ଠ ସହ ସମ୍ପାଦକ ।

0 322

ବ୍ରହ୍ମପୁର,୦୪/୦୯(ପିପିଟି): ବ୍ରହ୍ମପୁର ସ୍ଥିତ ପ୍ରକାଶମ ହଲ ପରିସର ରେ ଚାଲିଥିବା ସିପିଆଇର ଦୁଇଦିନିଆ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ସମ୍ମିଳନୀର ଦ୍ବିତୀୟ ଦିବସ ପ୍ରତିନିଧି ଅଧିବେସନରେ ଗଞ୍ଜାମ ଜିଲ୍ଲାର ଜନସମସ୍ୟା ରାଜନୈତିକ ଅବସ୍ଥା ଆଲୋଚନା କରାଯିବା ସହ ଜିଲ୍ଳାର ଦାଦନ ଶ୍ରମିକ ସମସ୍ୟା ସମାଧାନ କୃଷି ଶିକ୍ଷା ସ୍ବାସ୍ଥ୍ୟ ଜଳସେଚନ ଶିଳ୍ପାନୁଷ୍ଠାନ ଗୁଡିକରେ ଲାଗିରହିଥିବା ଶ୍ରମିକ ସମସ୍ୟା ଦିଗରେ ସିପିଆଇ ବ୍ୟାପକ ପ୍ରସ୍ତାବ ଗୃହୀତ କରିଛି। ଆସିକା ଚିନି ଶିଳ୍ପ, ବ୍ରହ୍ମପୁର ବଡ ମେଡିକାଲ ସମେତ ଗ୍ରାମାଞ୍ଚଳର ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା, ଟା ଟା ଓ ଗୋପାଳପୁର ଶ୍ରମିକ ସମସ୍ୟା, ଛେଲିଗଡ ,ଘୋଡ଼ାହାଡ ସମେତ ଜିଲ୍ଳାର ବିପର୍ଯ୍ୟସ୍ତ ଜଳସେଚନ ସମେତ ଗଞ୍ଜାମ ଜିଲ୍ଲା ଜନ ସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଓ ନାର୍ଯ୍ୟ ଦାବୀ ହାସଲ ପାଇଁ ଦଳ ଯୁବ ଛାତ୍ର ମହିଳା କୃଷକ ଶ୍ରମିକ ମାନଙ୍କୁ ସଙ୍ଗଠିତ କରି ଆନ୍ଧୋଳନାତ୍ମକ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଧାରିତ କରିଛି। ରଙ୍କାନାଥ ସ୍ବାଇଁ ଆର ବିଜୟଲକ୍ଷ୍ମୀ ସୁଶାନ୍ତ ସ୍ବାଇଁ ରାଜେନ୍ଦ୍ର ଦାସଙ୍କ ସଭାପତି ମଣ୍ଡଳୀ ଅଧ୍ୟକ୍ଷତା ରେ ଦ୍ବିତୀୟ ଅଧିବେଶନରେ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କଣ୍ଟ୍ରୋଲ କମିଶନ ଅଧ୍ୟକ୍ଷ ଗୋକୁଳ ଚନ୍ଦ୍ର ପଣ୍ଡା ନୂଆଁ ଦୁନିଆଁ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ଦଳର ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଯୋଗ ଡେଇ ଗଞ୍ଜାମ ଜିଲ୍ଲାରେ ପାର୍ଟିର ଗଣଭିତ୍ତି କୁ ସୁଦୃଢ଼ କରିବା ସହ ସାମ୍ପ୍ରଦାୟିକ ଦଙ୍ଗାବାଦି ବିଜେପି ଓ ଏହାର ଦୃଢ଼ ସମର୍ଥକ ବିଜେଡ଼ିର ବ୍ୟାପକ ଜନମାରଣ ନୀତି ବିରୋଧରେ ଓ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଦଳ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଗୁରୁତ୍ଵ ଦେଇଥିଲେ। ବୃନ୍ଦାବନ ପଣ୍ଡା, ବିନାୟକ ଦାଶ, କାମଦେବ ନାହାକ, କୈଳାସ ପୋଲାଇ, ଆଦିତ୍ୟନାରାୟଣ ମିଶ୍ର, ପଞ୍ଚାନନ ସ୍ବାଇଁ, ଦେବହରି ମହାନ୍ତି, ଦୁର୍ଗା ଚରଣ ପାତ୍ର, ଏନ୍ ଭାନୁମତୀ ରେଡ଼ି, ଅଶୋକ ଜେନା, ଗୋପାଳକୃଷ୍ନ ଭୂୟାଁ, ବିଦେଶୀ ନାହାକ ପ୍ରମୁଖ ଗଞ୍ଜାମ ଜିଲ୍ଲାର ସମସ୍ୟା ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲାର ଭେତେରାନ ସିପିଆଇ ନେତା ବିଦେଶୀ ପାତ୍ର ଓ ନାରୀନେତ୍ରୀ ରେବତୀ ରେଡ଼ିଙ୍କୁ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଓ ରାଜ୍ଯ ପରିଷଦ ସଭ୍ୟ ଶ୍ରୀହର୍ଷ ରଥ ଆଗତ ପ୍ରସ୍ତାବ ସମ୍ପର୍କରେ ଦଳର ଆଭିମୁଖ୍ୟ ଉପରେ ବକ୍ତବ୍ୟ ଦେଇଥିଲେ। ଆଗାମୀ ୩ ବର୍ଷ ପାଇଁ ୪୧ ଜଣିଆ ଜିଲ୍ଲାପରିଷଦ ୧୯ ଜଣିଆ କାର୍ଯ୍ୟକାରି କମିଟି ସଭ୍ୟ ନିର୍ବାଚିତ କରାଯାଇଥିଲା। ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସମ୍ମିଳନୀ ପାଇଁ ଜିଲ୍ଲାରୁ ୨୮ ଜଣ ପ୍ରତିନିଧି ଚୟନ କରାଯାଇଥିବା। ସିପିଆଇ ଜିଲ୍ଳା ସମ୍ପାଦକ ଭାବେ ପୁନର୍ବାର ସାଥୀ ପ୍ରକାଶ ପାତ୍ର ସହ ସମ୍ପାଦକ ପ୍ରଦୀପ ସେଠୀ ଓ ନୀଳକଣ୍ଠ ଦାଶ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ପାର୍ଟି ପକ୍ଷରୁ ଜଣାଯାଇଛି ।

Leave A Reply

Your email address will not be published.