ବ୍ରହ୍ମପୁର,୨୫/୦୭(ପିପିଟି): ମଣିପୁର ଘଟଣାକୁ ନେଇ ସିପିଆଇ ଓ ଉତ୍କଳ ମହିଳା ସମିତି ପକ୍ଷରୁ ମଙ୍ଗଳବାର ଦିନ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି । ଆଜି ପୂର୍ବାହ୍ନରେ ସିପିଆଇ ଓ ଉତ୍କଳ ମହିଳା ସମିତି ର ନେତା ଓ କର୍ମୀ ମାନେ ପାର୍ଟିର ଜିଲ୍ଲା ଦପ୍ତର,ପାର୍କ ସାହି ଠାରୁ ଶୋଭାଯାତ୍ରା ରେ ବାହାରିଥିଲେ । ସହର ପରିକ୍ରମା କରି ବ୍ରହ୍ମପୁର ପୁରୁଣା ବସଷ୍ଟେଣ୍ଡ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାମଦେବ ନାହାକଙ୍କ ସଭାପତିତ୍ବ ରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର,ରାଜ୍ୟ କାର୍ଯ୍ଯକାରୀ କମିଟି ସଭ୍ଯ ଶ୍ରୀହର୍ଷ ରଥ,ନାରାୟଣ ରେଡ୍ଡି,ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ,ପ୍ରଦୀପ ସେଠୀ,ଉତ୍କଳ ମହିଳା ସମିତି ର ରାଜ୍ୟ ସଭାନେତ୍ରୀ ଏନ.ଭାନୁମତି ରେଡ୍ଡି,ଜିଲ୍ଲା ସଭାପତି ଆର.ବିଜୟଲକ୍ଷ୍ମୀ,ଦଣ୍ଡପାଣି ସାମଲ,ପ୍ରବୀଣ ଦାଶ, ସିଏଚ୍.ଜନାର୍ଦନ ରେଡ୍ଡି, ଅଳକନାଥ ମିଶ୍ର,ସିମାଂଚଳ ସାହୁ,ବି.ଦଣ୍ଡପାଣି ପାତ୍ର,ସତ୍ୟନାରାୟଣ ମହାପାତ୍ର,ପଞ୍ଚାନନ ସ୍ବାଇଁ ,ବିଦେଶୀ ନାହାକଙ୍କ,ସୁଶାନ୍ତ ସ୍ବାଇଁ,ଜ୍ୟୋସ୍ନାରାଣୀ ମହାରଣା,ଭଗବାନ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।