ବ୍ରହ୍ମପୁର,୨୬/୧୨(ପିପିଟି): ସିପିଆର ୯୮ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଜିଲ୍ଲା ଦପ୍ତର ପାର୍କସାହି ଠାରେ ସକାଳ ୯ ଘଟିକା ସମୟରେ ପାର୍ଟିର ଲାଲପତାକା ଉତ୍ତଳୋନ ଉତ୍ସବ ଅନୁଷ୍ଠିତ ହେଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥି ପ୍ରଶାନ୍ତ କୁମାର ପଟ୍ଟଯୋଶୀ ପାର୍ଟିର ଲାଲପତକାକୁ ଉତ୍ତୋଳନ କରି ପାର୍ଟିର ଇତିହାସ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ସାଥି ରାମପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାର୍ଟିର ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର ଯୋଗ ଦେଇ ପାର୍ଟି ୨୯୨୫ ଡ଼ିସେମ୍ବର ୨୬ ତାରିଖରେ କାନପୁର ଠାରେ ପ୍ରଥମେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପ୍ରତିଷ୍ଠା ହୋଇ ଥିଲା । ଆଜି ଭାରତ ବର୍ଷର ସମସ୍ତ ସହର ଠାରୁ ଗ୍ରାମ ସବୁ ସ୍ଥାନରେ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ହେଉଛି । ଗତ ୨୦୧୪ ଠାରୁ ଆଜି ପଯ୍ୟନ୍ତ ଦେଶରେ ଇରେଜୀର ଦଲାଲ କରୁଥିବା ଦଳ ବିଜେପି ଶାସନ କରୁଛି । ଦେଶର ଗରିବ,ମହିଳା, ଯୁବ -ଛାତ୍ର ଓ ଚାଷୀ ମୁଲିଆକୁ ଶୋଷଣ କରି ସରକାର ତାଙ୍କର ପୁଞ୍ଜିପତି ବନ୍ଧୁମାନଙ୍କୁ ଦେଶର ଲାଭଦାୟକ ଅନୁଷ୍ଠାନକୁ ସାଗ ମାଛ ଦରରେ ବ୍ରିକ୍ରି କରି କିଛି ପାର୍ଟି ଫଣ୍ଡ ଆଦାୟ କରୁଛନ୍ତି । ଅନ୍ୟ ପଟରେ ଚୁଡା, ମୁଡି, ଆଳୁ,ପିଆଜ ଓ ତେଲ ଭଳି ନିତ୍ୟାଆବ୍ୟଶକ ଜିନିଷ ମାନଙ୍କ ଦର ସବୁ ଆକାଶ ଛୁଆ କରି ଦେଶର ସାଧାରଣ ଲୋକମାନଙ୍କୁ ଶୋଷଣ କରୁଛନ୍ତି ।ଆଗାମୀ ୨୦୨୪ରେ ବିଜେପି ସରକାରକୁ ଆସନରୁ ବାହାର କରିବାକୁ ହେଲେ ଦେଶର ସମସ୍ତ ବାମପନ୍ଥୀ ମାନେ ଏକଜୁଟ ହୋଇ ଅନ୍ୟ ଜାତୀୟ ଦଳ ଓ ଆଚଳିକ ଦଳକୁ ଏକାଠି କରିବାକୁ ହେବ ବୋଲି ଆଜିର ପତିଷ୍ଠା ଦିବସରେ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଜୋନାଲ ସମ୍ପାଦକ ସାଥି କାମଦେବ ନାହାକ ବିଜେପି ସରକାରଙ୍କ ଯୁବ -ଛାତ୍ରଙ୍କ ଶିକ୍ଷା ଓ ନିଯୁକ୍ତି ମାରଣା ନୀତି ବିରୋଧରେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଉଷ୍ମlନ, ଏ ସୁଧୀର,ଗାଗାରିନି ନାୟକ,ରୋହିତ ବିଷୋୟୀ, ପ୍ରତିମା ଦେବୀ, ମହେନ୍ଦ୍ର ପାତ୍ର, ସନ୍ତୋଷ ପାତ୍ର, ପ୍ରଭାତୀ ଦେବୀ,ଟି. ଭେଙ୍କଟ ରାଓ, କୃଷଚନ୍ଦ୍ର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।