ସିନେମା ଦେଖିଲେ,ହୋଟେଲରେ ଖାଇଲେ ଅନାଥ ଶିଶୁ ।

0 330

ମାଲକାନଗିରି,୨୮/୦୫(ପିପିଟି): ସିନେମା ଦେଖିଲେ,ହୋଟେଲରେ ମନ ପସନ୍ଦର ଖାଦ୍ଯ ଖାଇଲେ ଅନାଥ ଶିଶୁ । ଅନାଥ ଶିଶୁଙ୍କ ମୁହଁରେ ଫୁଟିଲା ଅସରନ୍ତି ହସ । ସେମାନଙ୍କ ମନକୁ ମୋହିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ମାଲକାନଗିରି ଜିଲ୍ଲା ପ୍ରଶାସନର ସହଯୋଗରେ ଜିଲ୍ଲାରେ ଥିବା ପରିବର୍ତନ ଶିଶୁ ଗୃହର ୫୦ ଜଣ ଅନାଥ ଶିଶୁଙ୍କୁ ସିନେମା ଦେଖାଇ ନେବା ସହ ସେମାନଙ୍କୁ ହୋଟେଲରେ ଭୋଜନ ପାଇଁ ନିଆ ଯାଇଛି। ଯାହାକି ଭରିଦେଇଛି ଏହି କୁନି କୁନି ପିଲାଙ୍କ ମୁହଁରେ ହସ ଏବଂ ଉଲ୍ଲାସ । ଏହି ଶିଶୁଙ୍କ ମଧ୍ୟରୁ ଖୁବ କମ ଶିଶୁ ବଡ ପରଦାରେ ସିନେମା ଦେଖିବାର ସୁଯୋଗ ପାଇଥିବା ବେଳେ ପ୍ରଥମ କରି ସିନେମା ହଲର ବଡ ପରଦାରେ ନିଜ ସାଙ୍ଗ ସାଥି ମାନଙ୍କ ସହ ମିଶି ଫିଲ୍ମ ଦେଖିବାର ସୁଯୋଗ ପାଇଥିଲେ ଅନେକ ଶିଶୁ । କେବଳ ସେତିକି ନୁହଁ ଫିଲ୍ମ ଦେଖି ସାରିବା ପରେ ନିଜ ସାଥୀଙ୍କ ସହ ସହର ଭ୍ରମଣ ଓ ପରେ ହୋଟେଲରେ ଖାଇବାକୁ ମଧ୍ୟ ଯାଇଥିଲେ ଏହି ପିଲାମାନେ । ସବୁ ଦିନ ଶିଶୁ ଗୃହରେ ରହି ଏକ ପ୍ରକାର ଖାଦ୍ୟ ଖାଉଥିଲେ, କିନ୍ତୁ ହୋଟେଲେରେ ଭଳିକି ଭଳି ଖାଦ୍ୟ ଦେଖି ଶିଶୁଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା। ଥାଳି ଧରି ସେହି ଖାଦ୍ୟ ସବୁ ଆଣି ଖାଇ ବସିଥିଲେ ଓ ଖୁସିରେ ଜଣେ ଶିଶୁ ଅନ୍ୟ ଜଣେ ଶିଶୁକୁ ଖୁଆଇ ମଧ୍ୟ ଦେଉଥିଲେ। ତେବେ ଶିଶୁ ମାନଙ୍କ ମନ ବଳ ବଢ଼େଇବା ସହ ସେମାନଙ୍କୁ ବାହାର ଦୁନିଆ ବିଷୟରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି କାର୍ଯ୍ୟକ୍ରମ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାଗିରି)

Leave A Reply

Your email address will not be published.