ସିଦ୍ଧେଶ୍ୱର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବାଚସ୍ପତି ।

0 310

ବ୍ରହ୍ମପୁର,୦୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ପହଞ୍ଚି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିବା ଜଣାପଡ଼ିଛି । ଖବରନୁସରେ ବାଚସ୍ପତି ପ୍ରଥମେ ସିଦ୍ଧେଶ୍ୱର ଗ୍ରାମରେ ପହଞ୍ଚି ଗୋଷ୍ଠୀ ଆଦର୍ଶ ଗାଇଗୁହାଳ , ଉପ ସ୍ବାସ୍ଥ୍ୟକେନ୍ଦ୍ର , ପଞ୍ଚାୟତ ନିର୍ବାହୀ ଅଧିକାରୀ ସରକାରୀ ବାସଗୃହ , ଗଡସାହି କଲ୍ୟାଣ ମଣ୍ଡପ , ପାନୀୟଜଳ ଯୋଗାଣ ପାଣି ଟ୍ୟାଙ୍କ ଭଳି ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ । ସେହିପରି ଗଣେଶ୍ବରପୁର ଓ ଆଦିକନ୍ଦପୁରର ଅଙ୍ଗନୱାଡ଼ି ଗୃହ ଏବଂ ପୂର୍ବ ସାହି କୋଠଘରର ଉଦ୍ଘାଟନ କରି ଫେରିଥିଲେ । ଏହି ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ତଥା ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ସିଦ୍ଧେଶ୍ୱର ସରପଞ୍ଚ ଅନୀତା ସ୍ବାଇଁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଆଚାର୍ଯ୍ୟ , ସରୋଜ ଜେନା , ସମିତି ସଭ୍ଯା ସୁପ୍ରଭା ସେଠୀ , ଗୋକର୍ଣ୍ଣପୁର ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ , ସମାଜସେବୀ ମନୋଜ କୁମାର ସାହୁ , ପୂର୍ବତନ ସରପଞ୍ଚ ଝୁନୁ ପ୍ରଧାନ , ବିଜୟ ପ୍ରଧାନ , ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ସମୀର ସ୍ବାଇଁ , ପ୍ରହଲ୍ଲାଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.