କନ୍ଧମାଳ,୦୪/୦୩(ପିପିଟି): କନ୍ଧମାଳ ଜିଲ୍ଲା ଗୋଛପଡା ଅନ୍ତର୍ଗତ ବାଲାନ୍ଦାପଡା ଠାରେ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାନ୍ଦାପଡା ପଞ୍ଚାୟତ, ଲୁଇସିଙ୍ଗ ପଞ୍ଚାୟତ ତଥା କୁଇରମାଣ୍ଡୁ ପଞ୍ଚାୟତର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡ଼ିଓ ତଥା ୱାଟର ଷ୍ଟୋରେଜ ବଣ୍ଟନ କରିଥିଲା । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅର୍ଥିକ ସହାୟତା ଯୋଜନା ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକତା ସିଭିକ ଅକ୍ସନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏସ.କେ.ମହାନ୍ତି ଇନ୍ସପେକ୍ଟର ଜେନେରାଲ ପୋଲିସ ଓଡିଶା ସେକଟର, ବିଜୟ କୁମାର ଡିଆଇଜି ସମ୍ବଲପୁର ରେଞ୍ଜ ରାୟଗଡା, ଆନନ୍ଦ ଝା କମାଣ୍ଡାଣ୍ଟ ୧୨୭ ବାଟାଲିୟନ ପ୍ରମୁଖ ଉପସ୍ଥିତ ରହି ଏହି ଆବଶ୍ୟକ ଜିନିଷ କୁ ଅଞ୍ଚଳ ବାସୀଙ୍କୁ ବଣ୍ଟନ କରିଥିଲେ । ଏହି ଅବସର ରେ ସିଆରପିଏଫ ଆରଏଲ. ଫିଲାମେଣ୍ଟର ଦ୍ୱିତୀୟ କମାଣ୍ଡ ଅଧିକାରୀ ତଥା ଅନ୍ୟ ବରିଷ୍ଠ ଅଧିକାରୀ ୧୨୭ ବାଟାଲିୟନ ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନିରାକାର ନାୟକ ସରପଞ୍ଚ ବାଲାନ୍ଦାପଡା, ସୁଦର୍ଶନ କହଁର ସରପଞ୍ଚ ଲୁଇସିଙ୍ଘ ତଥା ଅଜିତ କୁମାର ସାହୁ । ଥାନା ପ୍ରଭାରୀ ଗୋଛପଡା ତଥା ଅଂଚଳର ଵିଶିଷ୍ଠ ବ୍ୟକ୍ତିମାନେ ମଧ୍ଯ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୧୮୩ ପରିବାର ଉପକୃତ ହୋଇଥିଲେ। ଇନ୍ସପେକ୍ଟର ଜେନେରାଲ ପୁଲିସ ଓଡିଶା ସେକ୍ଟରର ଏସ.କେ.ମହାନ୍ତି ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)