ସିଆଇଟିୟୁ ତରଫରୁ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ ର ୪ର୍ଥ ବ୍ଲକ ସମ୍ମିଳନୀ ଅନୁଷ୍ଠିତ।

0 255

ରଣପୁର,୨୯/୦୧(ପିପିଟି):ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ,ସି ଆଇ ଟି ୟୁ ରଣପୁର ବ୍ଲକ ର ୪ର୍ଥ ସମ୍ମିଳନୀ ମା’ ମଣିନାଗ ପୀଠରେ ସାଥୀ ଭିକାରୀ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ସଂଗଠନର ଲାଲ ଝଣ୍ଡାକୁ ସାଥୀ ଭିକାରୀ ଚରଣ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା ବେଳେ ସମସ୍ତ ସାଥୀ ସହିଦ ବେଦିରେ ମାଲ୍ୟାର୍ପଣ କରିଥିଲେ ଏବଂ ଏହି ସମୟ ମଧ୍ୟରେ ଆମମାନଙ୍କ ଠାରୁ ବିଦାୟ ନେଇଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଏକ ମିନିଟି ଶ୍ରଦ୍ଧାଞ୍ଜଳି ଜଣା ଯାଇ ଥିଲେ। ଏହାପରେ ଆଜିର ଏହି ଚତୁର୍ଥ ବ୍ଲକ ସମ୍ମିଳନୀକୁ ସଂଗଠନର ଜିଲ୍ଲା ସଭାପତି ସୁକାନ୍ତି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂଗଠନର ରାଜନୈତିକ ଓ ସାଂଗଠନିକ ରିପୋଟକୁ ସଭାପତି ସମ୍ମିଳନୀରେ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟ ଉପରେ ପ୍ରାୟ ୫ ଜଣ ସାଥୀ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଉପସ୍ଥିତ ଭାତୃପ୍ରତିମ ସଂଗଠନର ନେତୃତ୍ବ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଏବଂ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ପାଚିକା ମାନଙ୍କୁ ନିୟମିତ କରିବା ସହିତ ମାସିକ ସର୍ବନିମ୍ନ ଦରମା ୨୬୦୦୦ ଟଙ୍କା, ମାସିକ ପେନସନ ୧୦ହଜାର ଟଙ୍କା, ୨୮ ମାସର ବକେୟା ଦରମା ତୁରନ୍ତ ପ୍ରଦାନ, ଓ ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଶକ୍ତିଶାଳୀ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଅପ୍ରେଲ ୫ ତାରିଖ ଦିଲ୍ଲୀ ଅଭିଯାନରେ ସାମିଲି ହେବାକୁ ଆହ୍ବାନ ଦେଇଥିଲେ ।ସମ୍ମିଳନୀରେ ଏକ ୪୨ ଜଣିଆ ନୂତନ ବ୍ଲକ କମିଟି ନିର୍ବାଚିତ ହୋଇଥିଲା ବେଳେ ସଭାପତି ଭାବେ ଭିକାରୀ ଚରଣ ସାହୁ, ସମ୍ପାଦିକା ଭାବେ ପ୍ରଭାତୀ ବେହେରା,କୋଷାଧ୍ୟକ୍ଷ ଭାବେ ଲଷ୍ମୀ ଜେନା,ଉପ ସଭାପତି ଭାବେ ସୁକାନ୍ତି ଜେନା ଓ ଲିଲି ରଣା ଏବଂ ସହ ସମ୍ପାଦିକା ଭାବେ ସବିତା ପ୍ରଧାନ ଓ ସାବିତ୍ରୀ ବିଶୋଇ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀରେ କ୍ଷେତ ମଜଦୂର ୟୁନିୟନର ରାଜ୍ୟ ନେତା ନିତ୍ୟାନନ୍ଦ ପରିଡା,ଶ୍ରମିକ ନେତା ସୁରେଶ ସ୍ବାଇଁ,ସୁଶୀଲ ମହାନ୍ତି, ସଂଯୁକ୍ତା ସେଠୀ,ସବ୍ୟସାଚୀ ସେନାପତି ଓ କୁଳମଣି ପଲେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇ ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.