ସାହିତ୍ୟ ସଂସଦ ପକ୍ଷରୁ କରୋନା ସଚେତନତା ସଭା ଓ ଯୋଦ୍ଧା ସମ୍ମାନ ପ୍ରଦାନ ।

0 249

ବୁଗୁଡା, ୦୧/୦୬(ପିପିଟି); ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ଆନୁକୂଲ୍ୟରେ ସାହିତ୍ୟିକ, ସାମ୍ବାଦିକ ଓ ପରିବେଶବିତ୍ ତ୍ରିଲୋଚନ ପଣ୍ଡାଙ୍କ ୫୬ତମ ଜୟନ୍ତୀ ଉତ୍ସବ ନିକୁଞ୍ଜ ମୋହନ କ୍ଳବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ କରୋନା ସଚେତନତା ସଭା ଓ କରୋନା ଯୋଦ୍ଧା ସମ୍ମାନ ଏବଂ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ବୁଗୁଡା ବାର ଆସୋସିଏସନର ସଭାପତି ହର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଡ.ବିଜୟ ଚନ୍ଦ୍ରମହାରଣା, ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବେହେରା ଏବଂ ଶିକ୍ଷାବିତ୍ ଅଶୋକ କୁମାର ପାଢୀ ଉକ୍ତ ସଭାରେ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ଶ୍ରୀ ଜଗନ୍ନାଥ ସ୍ବାମୀ ଏବଂ ତ୍ରିଲୋଚନ ପଣ୍ଡାଙ୍କ ପିତାମାତାଙ୍କୁ ପ୍ରଦୀପ ପ୍ରଜ୍ଳଳନ ସହ ମାଲ୍ୟାର୍ପଣ କରିଥିଲେ । ସୁରେନ୍ଦ୍ର ନାଥ ପାଣି ବେଦପାଠ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କରୋନା ସଚେତନତାକୁ ଆଧାର କରି ଅତିଥି ମାନେ ବୃକ୍ଷ ଟିଏ ଲଗାନ୍ତୁ ଆମକୁ ଅକ୍ସିଜେନ ମାଗଣାରେ ମିଳିପାରିବ ବୋଲି ମତବ୍ଯକ୍ତ କରି ତ୍ରିଲୋଚନ ପଣ୍ଡାଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଏଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ବଚ୍ଛ ସାଥୀ ସୁପରଭାଇଜର ରଞ୍ଜିତା ପାଢୀ, ସ୍ବେଚ୍ଛାସେବୀ ରାଜେନ୍ଦ୍ର ପ୍ରଧାନ, ଏନ୍ଏସି କନିଷ୍ଠ ଯନ୍ତ୍ରୀ ରୋଷନ କୁମାର ପ୍ରଧାନ, ବରିଷ୍ଠ କିରାଣୀ କାଳୁ ଚରଣ ରଥ, ଖୋଳଖାଳି ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ର ଏବଂ ଅନ୍ତରପଡା ସରପଞ୍ଚ ବିଜୟ ଲକ୍ଷ୍ମୀ ଭୋଳଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ ରୂପେ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ତ୍ରିଲୋଚନ ପଣ୍ଡା ପ୍ରଥମେ ମାକ୍ସ ବାଣ୍ଟିବା ସହ ସ୍ବାଗତ ଭାଷଣ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.