ସାହାଯ୍ଯ ଅପେକ୍ଷାରେ ନରେଶଙ୍କ ପରିବାର।

0 475

ବୋଲଗଡ,୦୪/୦୫(ପିପିଟି):କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ବିକଳାଙ୍ଗ ପାଇଁ ଅନେକ ସୁବିଧା କରି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ତହା କେତେକାର୍ଯ୍ଯ କାରିହେଉଛି ତାହା ବାରି ହୋଇପଡୁଛି ବୋଲଗଡ ବ୍ଲକ ଅନ୍ତର୍ଗତ ବଡ଼କୁମାରି ଗ୍ରାମପଞ୍ଚାୟତର କୋଡ଼ପଡା ସ୍ଥିତ ନରେଶ ପାଲଟାସିଂ (୪୦) ପାରାଦୀପ ଠାରେ ଏକ ଗାଡ଼ି ଧକ୍କାରେ ମେରୁଦଣ୍ଡର ସ୍ପାଇନାଲ କଡ୍ କଟିଯାଇ ଦୁଇ ଗୋଡକୁ ପରାଲିଶିସରେ ୧୩ବର୍ଷ ହେଲା ଆକ୍ରାନ୍ତ ହୋଇପଡ଼ିଛନ୍ତି ।କିନ୍ତୁ ସରକାରୀ ସ୍ତରରେ ବିକଳାଙ୍ଗ ପରିଚୟ ପତ୍ର ଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ମିଳିପାରୁନି , ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସେତିକିରେ ପରିବାର ଦୁଃଖ କଷ୍ଟ ସରିନି ତାଙ୍କ ଧର୍ମପତ୍ନୀ ସୁନୀତା ମଧ୍ୟ ଗତ ୨ବର୍ଷ ହେଲା ବ୍ରେଷ୍ଟ କ୍ୟାନ୍ସର ଏବଂ ଲିଭର୍ କ୍ୟାନ୍ସର ଷ୍ଟେଜ-୪ ରେ ଆକ୍ରାନ୍ତ ହୋଇଛନ୍ତି। ତତ୍ ସହିତ ତାଙ୍କ ମାଁ ଙ୍କର ମଧ୍ୟ କିଡିନ ରୋଗ ରେ ପୀଡିତ। ପରିବାର କହିଲେ ଛଅପ୍ରାଣି କୁଟୁମ୍ବ। ନରେସଙ୍କ ଉପରେ ପରିବାର ଲୋକେ ଚଳିବା ପାଇଁ ନିର୍ଭର କରନ୍ତି। କାରଣ ଆଉ କେହି ନଥିବାରୁ କିନ୍ତୁ ସେ ତ ବିଚରା ପଙ୍ଗୁ ପରୀ ଚଳୁଛନ୍ତି ସ୍ତ୍ରୀଙ୍କ ଚିକିତ୍ସାକରିବେ ନା ସେ ନିଜେ ଚିକିତ୍ସା ହେବେ ନା ପରିବାରର ପ୍ରତି ପୋଷଣ କରିବେ ।ରୋଜଗାର କହିଲେ ଛୋଟ ତେଜରାତି ଦୋକାନ ଖଣ୍ଡେ ଏଥିରେ ଯାହା ବେପାର ହୁଏ ପରିବାରର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଅକ୍ଷମ ହୋଇପଡେ କିନ୍ତୁ କେମିତି ହେବ ଚିକିତ୍ସା । ଚିକିତ୍ସା ପାଇଁ ବିଡ଼ିଓ, ଜିଲ୍ଲାପାଳ,ସ୍ଥାନୀୟ ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡି ଦୌଡି ନୟାନ୍ତ ହୋଇପଡ଼ିଛନ୍ତି ।ଶେଷରେ ସ୍ଥାନୀୟ ବିଧାୟକ ଚିକିତ୍ସା ପାଇଁ ତାଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ମୂଲ୍ୟ ହୀନ ହୋଇପଡିଛି ସରକାରୀ ସ୍ତରରରେ। ବରଂ ସବୁ ଯାଗାରେ ସମସ୍ତଙ୍କ ଠାରୁ ନାଲିଆଖି ଦେଖିବାକୁ ପଡିଛି। ନରେସଙ୍କ ପରିବାରକୁ ଯଦି ସରକାରୀ ସ୍ତରରେ ସମସ୍ତ ସାହାଯ୍ଯ ପ୍ରଦାନ କରାଯାଆନ୍ତା ତେବେ ନିଜର ଓ ନିଜ ପତ୍ନୀଙ୍କର ଚିକିତ୍ସା କରିବା ସହିତ ନିଜ ଦୁଇ ପିଲାଙ୍କୁ ପାଠ ପଢ଼ାଇ ପାରନ୍ତେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା ଜନ ମାନସରେ ଦାବି ରହିଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.