ସାର ପାଇଁ ଲୋକେ ହନ୍ତସନ୍ତ, ଆଧାର କାର୍ଡ ପିଛା ଗୋଟିଏ ବସ୍ତା ସାର ।

0 1,379

ସାନଖେମୁଣ୍ଡି,୨୭/୦୯(ପିପିଟି); ସମ୍ପ୍ରତି ମହାମାରୀ କରୋନାର ପ୍ରକୋପରେ ଚାଷୀ ମାନଙ୍କ ଜୀବନ ଜୀବିକା ସମ୍ପୁର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବାବେଳେ ଏବେ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି । ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାର୍ ଖୁବ କମ ପରିମାଣରେ ମିଳୁଥିବାରୁ ଚାଷୀ ମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ସେବା ସମବାୟ ସମିତି କେନ୍ଦ୍ରରେ ଆଜି ପାଟପୁର,ରାଧାଦେଇପୁର ଏବଂ ଜୁରା ୩ଟି ପଞ୍ଚାୟତର ପ୍ରାୟ ୬୦୦ରୁ ଉର୍ଦ୍ଧ ଚାଷୀମାନେ ସାର୍ ପାଇଁ ଭୋର ୪ଟାରୁ ଆସି ଅପେକ୍ଷା କରିଥିଲେ । ହେଲେ ଦୁଃଖର ବିଷୟ ସୋସାଇଟିକୁ କେବଳ ୪୦୦ ବସ୍ତା ସାର୍ ଆସିଥିବା ଶୁଣିବାକୁ ମିଳିଥିଲା । ଚାଷୀମାନଙ୍କ କହିବାନୁସାରେ ଆଧାର କାର୍ଡ ଅନୁସାରେ କେବଳ ଜଣେ ଚାଷୀଙ୍କୁ ୧ ବସ୍ତା ସାର୍ ମିଳୁଛି । ହେଲେ ଏଠି ପ୍ରଶ୍ନ ଉଠୁଛିଯେ ଯାହାର ୧ ଏକର କିମ୍ବା ୨ ଏକର ଜମି ଥିବ ତେବେ ତାଙ୍କୁ ୧ ବସ୍ତା ସାର୍ ଦେଲେ ସେ କେମିତି ନିଜ ଜମିରେ ସାର୍ ପ୍ରୟୋଗ କରିବେ । କେନ୍ଦ୍ର ସରକାର ଚାଷୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ କହିଛନ୍ତି ହେଲେ ଚାଷୀ ମାନେ ଏଭଳି ସଙ୍କଟରେ ଗତି କରୁଛନ୍ତି । ଚାଷୀ ମାନେ ସାର୍ ପାଇଁ ନା ନା ସମସ୍ୟା ଦେଇ ଗତିକରୁଛନ୍ତି ଯେଉଁଠି ସାର୍ ର ମୂଲ୍ୟ ଟ ୨୬୬.୫୦ ପଇସା ହେବା କଥା ଦୋକାନୀ ମାନେ ତାହାକୁ କଳାବଜାରୀ କରି ୬୦୦ ଟଙ୍କାରେ ଚାଷୀ ମାନଙ୍କୁ ବିକ୍ରୟ କରୁଛନ୍ତି । ସୋସାଇଟିକୁ କମ ପରିମାଣରେ ସାର୍ ଆସୁଛି ହେଲେ ଦୋକାନି ମାନଙ୍କୁ କିଭଳି ସାର୍ ଅତି ଶୀଘ୍ର ମିଳିଯାଉଛି ଏହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି । (ରିପୋର୍ଟ – ଆରତ କୁମାର ହୋତା ।)

Leave A Reply

Your email address will not be published.