***ସାମ୍ବାଦିକତା*** (କବି କେଶବ ଚନ୍ଦ୍ର ନାୟକ)

0 154

ଆହା କି ବିଚିତ୍ର ସାମ୍ବାଦିକ ବୃତ୍ତି
ଚତୁର୍ଥ ସ୍ତମ୍ଭ ପ୍ରହରୀ…..
ଦୁନିଆର ଦୁଃଖ ଜଞ୍ଜାଣ ବୁଝିଣ
ନିଜର ନଥାଏ ଶୀରି….!!
କେହି କର୍ମକରେ ଖବର କାଗଜେ
କିଏ ଦୂର ଦର୍ଶନରେ….
ସଜାଗ ସର୍ବଦା କର୍ମେ ତତ୍ପରତା
ମନ ସମାଜ ହିତରେ….!!
ନିର୍ଭିକ ହୋଇଣ ବୀରଦର୍ପ ହୋଇ
ଦୁଃସାଧ୍ଯ ପଥରେ ଗମେ…
ନେତା ମନ୍ତ୍ରୀ ଯନ୍ତ୍ରୀ ଚୋର ଟାଉଟର
ତର୍କ କରେ ପ୍ରଶ୍ନ ବାଣେ…!!
ବିପଦକୁ କେବେ ଭୟକରେ ନାହିଁ
କିବା ବାହୁ ବଳ ଯୋଦ୍ଧା….
ଆପଣା ଜୀବନ ବଳିଦାନ କରି
ପ୍ରକାଶେ ସମ୍ବାଦ ସିଧା….!!
ସମାଜର ସିଏ ଜାଗ୍ରତ ପ୍ରହରୀ
ମାଲିକ ଶୋଷଣ କରେ….
ବିନା ମୂଲ୍ଯେ ଦିନ ରାତି ଶ୍ରମ କରି
ଦୁର୍ଭାଗ୍ଯରେ ଦିନ ଜୀଏଁ….!!
ସରକାରୀ ପାଖେ କଲେଟି ଚାକିରୀ
ମାସିକ ଦରମା ପାଏ…..
ଅବସର ନେଲେ ଘରେ ପାଏ ଭତା
ଦି’ ଓଳି ଦି’ ମୁଠା ଖାଏ….!!
ଅକାଳେ ମରଣ ହେଲେ ଚାକିରୀଆ
ପତ୍ନୀ ପୁତ୍ର ଥଇଥାନ….
ପୁନଶ୍ଚ ମିଳଇ ଚାକିରୀଟି ପୁଣ
ଯତ୍ନେ ମିଳେ ପେନସନ….!!
ମରେ ଯଦି କେବେ ସାମ୍ବାଦିକ ଭାଇ
ପରିବାର ହିନିମାନ….
ଲୁହ ଗଡାଇଲେ ନସରଇ ଦିନ
ସହାଟି ଚକାନୟନ….!!
ସରକାରଙ୍କର ନାହିଁ ଅନୁକମ୍ପା
ମାଲିକଟା ବେଇମାନ…..
ଖଟି ଖଟି ମରେ ସାମ୍ବାଦିକ କର୍ମେ
ହସ୍ତ କପର୍ଦକ ଶୂନ୍ଯ….!!
ସମସ୍ତଙ୍କୁ ଲୋଡା ସାମ୍ବାଦିକଟିଏ
ଆପଣା ସ୍ବାର୍ଥ ସାଧନେ….
ସାମ୍ବାଦିକ କଥା କିଏବା ବୁଝିବ
ଅନ୍ତର୍ଦାହ ହେଲେ ଦିନେ….!!
ସାମ୍ବାଦିକ ହୋଇ ଆପଣା ଭବିଷ୍ଯ
ଘନ ଅନ୍ଧକାର ସିନା…..
କୁଲି ପାଇଁ ଶ୍ରମ ବିଭାଗ ଲଢଇ
ନପାଏ ଯଦି ପାଉଣା….!!
ସାମ୍ବାଦିକ କାର୍ଯ୍ଯ ପାଇଁଟି ମଜୁରୀ
ପ୍ରାପ୍ତ ଲାଗି ବାଟ କାହିଁ….
ସ୍ବାଧୀନ ଭାରତେ ଚିର ଅବହେଳା
କହିବ କାହାକୁ ଯାଇ…!!
ଗଣ ମାଧ୍ଯମର ଗୁମର ଗାଥାଟି
କାହାକୁ ଅଜ୍ଞାତ ନାହିଁ…
ବିଧାୟକ ତୁମେ ବିଧିଟିଏ କର
ସାମ୍ବାଦିକ ହିତ ପାଇଁ
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.