ସାମ୍ବାଦିକଙ୍କ ମାତୃ ବିୟୋଗ।

0 342

ବ୍ରହ୍ମପୁର,୧୯/୧୦(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦରମହକୁମା ଠାରେ ବରିଷ୍ଠ ସାମ୍ବାଦିକ ନବୀନଚନ୍ଦ୍ର ନାୟକ ବେହେରାଙ୍କ ମାଆ ସାବିତ୍ରୀ ନାୟକ ବେହେରାଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ସେହି ଅଞ୍ଚଳରେ ଧର୍ମପରାୟଣ ମହିଳା ଭାବେ ବେଶି ପରିଚିତ ଥିଲେ। ମୃତ୍ୟୁ ସମୟରେ ତାଙ୍କର ୩ ପୁଅ ଓ ଚାରି ଝିଅ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ଆଜି ସୋମବାର ୧୯ ତାରିଖରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ମରଶରୀରକୁ ସତ୍କାର କରାଯାଇଥିଲା। କନିଷ୍ଠପୁତ୍ର ଜଗଦୀଶ ନାୟକ ବେହେରା ମୁଖାଗ୍ନି ଦେଇଥିଲେ।ଶବାଧାରରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ।

Leave A Reply

Your email address will not be published.