ପୋଲସରା,୩୧/୧୦(ପିପିଟି); ପୋଲସରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କ ପତ୍ନୀ ସବୀତା ପଣ୍ଡା(୪୭)ଙ୍କ ଶୁକ୍ରବାର ରାତ୍ର ୧୦:୪୫ ସମୟରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ବାମୀ ସନ୍ତୋଷ କୁମାର ପଣ୍ଡା ଓ ଦୁଇ ପୁତ୍ର ଉପସ୍ଥିତ ଥିଲେ। ସ୍ବର୍ଗତ ସବୀତା ପଣ୍ଡା ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ। ପୋଲସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।