ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ରେ ବେଲଗୁଣ୍ଠା ପ୍ରେସ୍ କ୍ଲବର ଶୋକ ।

0 330

ବେଲଗୁଣ୍ଠା,୨୪/୦୪(ପିପିଟି):ବେଲଗୁଣ୍ଠା ସହରର ଗଣମାଧ୍ୟମ ପ୍ରତିନିଧି ମଦନମୋହନ ପାଢୀଙ୍କ ଅକାଳ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଆଜି ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ଏକ ବୈଠକରେ ସ୍ୱର୍ଗତ ପାଢ଼ୀ ଆତ୍ମାର ସଦ୍ଗତି ସକାଶେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ପାଢ଼ୀ ବହୁ ବର୍ଷ ହେଲା ପ୍ରଗତିବାଦୀ ଖବରକାଗଜ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ ।ଅଞ୍ଚଳର ଜଣେ ଜଣାଶୁଣା ଗଣମାଧ୍ୟମ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ସହ ସମ୍ପାଦକ ସରୋଜ କୁମାର ଶତପଥୀ କୋଷାଧ୍ୟକ୍ଷ ବିଭୁପାଦ ଜେନା, ସୁଶାନ୍ତ କୁମାର ବେହେରା, ରାଜେଶ କୁମାର ପାତ୍ର, ସୁରେଶ ସୁବୁଦ୍ଧି, ଚନ୍ଦନ କୁମାର ସାହୁ,ସନ୍ତୋଷ କୁମାର ବିଷୋୟୀ, ରାଜେଶ କୁମାର ପଣ୍ଡା, ଜଗନ୍ନାଥ ନାୟକ,ସୁଧାଂଶୁ ଶେଖର ବିଷୋୟୀ, ଶିବ ପ୍ରସାଦ ମହାପାତ୍ର,ଶିଶିର ସ୍ୱାଇଁ, ସଚିନ୍ ପୁରୋହିତ, ସନ୍ତୋଷ ଡାକୁଆ, ବାଳକୃଷ୍ଣ ପାତ୍ର,ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ପଞ୍ଚାନନ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.