ବାଲିଗୁଡା,୨୩/୦୫.(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀର ଜୈନକ ସାମ୍ବାଦିକଙ୍କୁ ଗାଳି କରିଥିବା ସବ୍ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ବିନୀତ ଅଗ୍ରୱାଲଙ୍କୁ ବିଭିନ୍ନ ସ୍ଥାନରୁ ଦିଆଯାଇଥିବା ଉକ୍ତ ଦାବୀ ପତ୍ରକୁ ଭିତ୍ତି କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଇନ୍ସପେକ୍ଟର ଶ୍ରୀ ସାମନ୍ତ ସିଂହାରଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ରିଜର୍ଭକୁ ବଦଳି କରିବା ସହ ଏହାର ତଦନ୍ତ ପାଇଁ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରାଥମିକ ସ୍ତରରେ ଏସପି ଙ୍କ ଏହି କାର୍ଯ୍ୟ ପାଇଁ ସଂଘ ପକ୍ଷରୁ ଧନ୍ୟବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)