ବେଗୁନିଆପଡା,(ପିପିଟି)୦୫/୦୫ ,ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ Head lines, Odisha ସାମ୍ବାଦିକ ମୁନା ନାୟକଙ୍କୁ ଆକ୍ରମଣ ଘଟଣାରେ ବେଗୁନିଆପଡା ପୁଲିସ ଚାରିଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି l ପ୍ରାପ୍ତ ସୂଚନା ଅନୁଯାୟୀ ସାମ୍ବାଦିକ ଶ୍ରୀ ନାୟକ ଗତ ମଇ ୧ ତାରିଖ ଦିନ ବୁରୁଝରୀ ପଞ୍ଚାୟତ ଅନ୍ତର୍ଗତ ପି. ନୂଆଗାଁ ବିଦ୍ୟାଳୟ ସ୍ଥିତ ସଙ୍ଗରୋଧ ଗୃହକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚଙ୍କ ଦୁଇ ପୁଅ ଅନିଲ ପରିଡା ଓ ପିଣ୍ଟୁ ପରିଡା ଏବଂ ତାଙ୍କ ସହଯୋଗୀ ବିବେକା ଓ ଵିଷ୍ଣୁ ଜେନା ମଇ ୨ ତାରିଖ ରାତ୍ରରେ ମୁନାଙ୍କ ନିକଟକୁ ଆସି ଅସଭ୍ୟ ଭାଷାରେ ଗାଳିକରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆକ୍ରମଣ କରି ଥିଲେ l ଏଥିରେ ମୁନା ଆହତ ହୋଇ କୋଦଳା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଥିଲେ l ଏତଲାକୁ ଭିତିକରି ବେଗୁନିଆପଡା ପୁଲିସ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କ ନାମରେ କେସ ନଂ ୧୨୯/୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l ଉକ୍ତ ଆକ୍ରମଣ ଘଟଣାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି l