ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅପରାଧୀଙ୍କୁ ଗିରଫ ଦାବିରେ ରାଜ୍ୟପାଳଙ୍କ ଉବ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ।

0 303

ପୋଲସରା,୨୧/୦୨(ପିପିଟି): ରବିବାର ଦିନ ଯାଜପୁର ଜିଲ୍ଲା ର ବିଞ୍ଝାର ପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବନ୍ତୋଳ ଗ୍ରାମ ରେ ଭୋଟ ଗ୍ରହଣ ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ପୋଲସରା ଅଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକ ମାନେ ରାଜ୍ୟପାଳଙ୍କ ଉବ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟରେ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଦାବି କରିଛନ୍ତି। ଆଜି ପୋଲସରା ଅଞ୍ଚଳ ରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ କୁମାର ପାତ୍ର , କେ ସୁମିତା ପାତ୍ର , ହରି ହର ପାତ୍ର , ସନ୍ତୋଷ କୁମାର ପଣ୍ଡା , ରବୀନ୍ଦ୍ର ନାଥ ପ୍ରଧାନ, ସୀମାଞ୍ଚଳ ସାହୁ , ପ୍ରଗତିବନ୍ଧୁ ଦାସ, ସୁବ୍ରତ ବେହେରା, ଅତ୍ରି ପଟ୍ଟନାୟକ,ମନୋଜ କୁମାର ଘଡେଇ , ଅକ୍ଷୟ ମହାରଣା , ଶ୍ରୀରାମ ସ୍ୱାଇଁ ରୋହିତ ପ୍ରଧାନ , ଟି ଶରତ କୁମାର ସୁବୁଦ୍ଧି , ବସନ୍ତ ସାହୁ ଏବଂ ରତ୍ନାକର ଗୌଡ ପ୍ରମୁଖ ଏକ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଉବ୍ଦେଶ୍ୟରେ ଉପରୋକ୍ତ ମର୍ମରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ମାନଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପ୍ରେରଣ କରିବେ ବୋଲି ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ସାମ୍ବାଦିକ ମାନେ କହିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.