ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା ।

0 265

ମାଲକାନଗିରି,୩୦/୦୬(ପିପିଟି): ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ ଚନ୍ଦ୍ର ଘରାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କେ ଦେଶିରାଜୁ ଆଚାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କର୍ମଶାଳାରେ ସାମାଜିକ ବାସନ୍ଦର ଶିକାର ହୋଇଥିବା ବିଭିନ୍ନ ଗ୍ରାମର ପିଡୀତ/ପିଡୀତାମାନେ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଅନୁଭୂତିକୁ ବ୍ୟକ୍ତ କରିଥିଲେ । ଏହାବ୍ୟତୀତ ଏହି ପ୍ରସଙ୍ଗରେ ଗବେଷଣାରତ ବିଶିଷ୍ଟ ଲେଖିକା ତଥା ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡଃ ବିଧୂପ୍ରଭା ରଥ, ମାନବବାଦୀ ହେତୁବାଦୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦିକା ବାସନ୍ତୀ ଆଚାର୍ଯ୍ୟ ଓ ବିଶିଷ୍ଟ ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ ଅତିଥି ଭାବରେ ଯୋଗ ଦେଇଥିଲେ । ସେମାନେ ନିଜ ବକ୍ତବ୍ୟରେ ଜନଗଣଙ୍କ ମଧ୍ୟରେ ସଚେତନତାର ଅଭାବ, ଜାତି-ଧର୍ମର ବିଦ୍ଵେଷ ଓ ଅନ୍ଧବିଶ୍ୱାସ କାରଣରୁ ଆମ ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଗ୍ରାମରେ ସାମାଜିକ ବାସନ୍ଦର ଘଟଣା ଲଗାତାର ଘଟିବାରେ ଲାଗିଛି । ସମାଜର କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଖ୍ୟାଗରିଷ୍ଠତାର ବଳରେ ନିଆଯାଉଥିବା ଏଭଳି ପଦକ୍ଷେପ ଏକାଧାରରେ ବେଆଇନ,ସମ୍ଵିଧାନ ବିରୋଧୀ ଏବଂ ଅମାନବିକ ପଦକ୍ଷେପ ମାତ୍ର । ଏଭଳି ପଦକ୍ଷେପ ଦ୍ଵାରା ପିଡୀତ ବ୍ୟକ୍ତି ବା ବ୍ୟକ୍ତି ସମୂହର ସମ୍ଵିଧାନ ପ୍ରଦତ୍ତ ଅଧିକାର ଓ ଆତ୍ମସମ୍ମାନର ଖୋଲା ଉଲଂଘନ ଅଟେ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ଢାଞ୍ଚାରେ ସାମାଜିକ ବାସନ୍ଦର ପ୍ରତିହତ ପାଇଁ ଏକ ସ୍ଵତନ୍ତ୍ର ଆଇନର ପ୍ରଣୟନ କରିବାକୁ ଦାବି କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଦିବାସୀ ସଂଘର ନେତା ଘେନୁ ମୁଦୁଲି, ଅରୂପ ହାଲଦାର, ଅମୃତ ମଣ୍ଡଳ, ହରିପଦ ରାୟ, ସନାତନ ବିଶ୍ୱାସ, ପ୍ରସଂଜିତ, ଗୋପାଳରାଜା ମଣ୍ଡଳ, ପ୍ରଦୀପ ମଣ୍ଡଳଙ୍କ ସମେତ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.