ସାବିତ୍ରୀ ଷ୍ଟୋନ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ ।

0 303

ମାଲକାନଗିରି,୦୮/୦୫(ପିପିଟି) : ମାଲକାନଗିରି ପୌରପରିଷଦ ଅଞ୍ଚଳ ଠାରୁ ମାତ୍ର ୨୦୦ ମିଟର ସଦର ମହକୁମା ନିକଟସ୍ଥ ଗୌଡଗୁଡା ଗ୍ରାମପଞ୍ଚାୟତର ତଣ୍ଡିକି କାଦବାହାଲ ୧ ନମ୍ବର ୱାର୍ଡ ଠାରେ ଥିବା ସାବିତ୍ରୀ ଷ୍ଟେ।ନ କ୍ରସର ପଥର ଖଣିକୁ ପ୍ରଶାସନ ତରଫରୁ ଟେଣ୍ଡର କରିବା ପାଇଁ ପଲ୍ଲୀ ସଭା କରି ଲିଜ ଦେବା ସକାଶେ ସ୍ଥାନୀୟ ଲୋକଙ୍କ ମତ ଲଡା ଯାଇଥିଲା । ଏହି ପଥର ଖଣିଟି ଚାରୋଟି ଗ୍ରାମର ମଝିରେ ଥିବା ଯୋଗୁଁ ଲୋକେ ଆତଙ୍କି. ଅବସ୍ଥାରେ ରହୁଛନ୍ତି । କାରଣ ପଥର ଖନନ ପାଇଁ ଯେଉଁ ବ୍ଲାଷ୍ଟିଙ୍ଗ କରାଯାଉଛି, ଘର ଫାଟିବା ସହିତ ରାସ୍ତାର ଯାତାୟତ କରୁଥିବା ଲୋକ, ସ୍କୁଲରେ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଏହି ପଥର ଖଣିକୁ ସାବିତ୍ରୀ ଷ୍ଟୋନ କ୍ରସରକୁ ଲିଜ ଅନୁମତି ଦେବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଖଣି ନିକଟରେ ଥିବା ଚାରୋଟି ଗ୍ରାମ କାଦବାହାଲ, ତଣ୍ଡିକି କାଦବାହାଲ, ରୁକ୍ମଣୀଗୁଡା ଏବଂ ସଭାପତି ଗୁଡା ଗ୍ରାମବାସୀଙ୍କୁ ପଲ୍ଲୀସଭା ଡକାଯାଇ ଥିଲା । କିନ୍ତୁ ଏହି ପଲ୍ଲୀ ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗୌଡଗୁଡା ସରପଞ୍ଚ ସମିତି ସଭ୍ୟ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରଙ୍କ ଉପସ୍ଥିତରେ ଚାରୋଟି ଗ୍ରାମର ଗ୍ରାମବାସୀ ଏହି ସାବିତ୍ରୀ ଷ୍ଟେ।ନ କ୍ରସର କୁ ବିରୋଧ କରାଯାଇଥିଲା । ଏହି ପଥର ଖଣି ରେ ପଥର ଉତ୍ତୋଳନ କୁ ବିରୋଧ କରି ବହୁ ବୁଦ୍ଧିଜୀବୀ ମହିଳାମାନେ ଏହାକୁ ଅନୁମତି ଦେଲେ ଆମ ଜୀବନ ପ୍ରତି ବିପଦ ଅଛି ବୋଲି ପ୍ରତିବାଦ କରିବା ସହ ଲିଜ ନଦେବାକୁ ଦାବି କରିଥିଲେ । ପୂର୍ବରୁ ଖଣି ମାଲିକ ସେଠାରେ କାର୍ଯ୍ୟ କରୁଥିବା ଲୋକ କିମ୍ବା ଜମି ହରାଇ ଥିବା ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ଯ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ପୂରଣ କରିନଥିଲେ । ସେଠାରେ ଥିବା ଚାଷ ଜମି ଉପରେ କ୍ରସରରୁ ଗୁଣ୍ଡ ଉଡି ଆସି ସବୁ ପଥର ଭର୍ତ୍ତି ହୋଇଯାଇଥିଲେ ମଧ୍ଯ ଜମିରୁ କ୍ରସର ମାଲିକ ଉଠାଇ ପରିସ୍କାର କରିନଥିଲେ । ଫଳରେ ଚାଷ ଜମି ବନ୍ଧ୍ଯାକରଣ ହୋଇ ଫସଲ ଉତ୍ପାଦନରେ ବାଧାପ୍ରାପ୍ତ ହୋଇଛି । ତେଣୁ ଚାଷ କରିବା ବହୁ ଅସୁବିଧା ସମୁଖୀନ ହେବାକୁ ପଡୁଛି ବଲି ୱାର୍ଡ ମେମ୍ବର ପ୍ରକାଶ କରିଥିଲେ । ସେଠାରେ ପଥର ବ୍ଲାଷ୍ଟିଙ୍ଗ କରିବା ଦ୍ଵାରା ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ତିନି ଜଣ ଅଳ୍ପକେ ବର୍ତ୍ତୀ ଯାଇଥିବା ପ୍ରକାଶ କରିଛନ୍ତି । କିନ୍ତୁ କ୍ରସର ମାଲିକ କୌଣସି ସାହାଯ୍ୟ କରି ନଥିବା ବେଳେ ଜମି ବିକି ବିଶାଖାପାଟନାମ ମେଡିକାଲ ଚିକିତ୍ସିତ ହୋଇ ଆସିଥିବା ଶ୍ରମିକ ମାନେ ଦୁଃଖରେ ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକ ଗୋରୁଗାଈ ଚରେଇବାକୁ ମଧ୍ୟ ଭୟ କରୁଥିବା ବେଳେ ସେଠାରେ ବସବାସ କରୁଥିବା କୋମଳମତି ଶିଶୁମାନେ ସେଠାର ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ଵାସ ପ୍ରଶ୍ଵାସ ନେବା ବହୁ କଷ୍ଟ କର ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି ।)

Leave A Reply

Your email address will not be published.